www.samajalive.in
Monday, December 8, 2025
14.1 C
Bhubaneswar

ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ ସମ୍ପର୍କିତ ପ୍ରସ୍ତାବ ବିଧାନସଭାରେ ଗୃହୀତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ସମ୍ପର୍କିତ ଏକ ପ୍ରସ୍ତାବ ବୁଧବାର ବିଧାନସଭାରେ ଗୃହୀତ ହୋଇଛି। ଗୃହୀତ ପ୍ରସ୍ତାବ ଅନୁଯାୟୀ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ସମ୍ପର୍କରେ ବିଧାୟକମାନେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ। ଗୃହୀତ ପ୍ରସ୍ତାବରେ ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି କେନ୍ଦ୍ର ସରକାର ଏକପାଖିଆ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ଏହି ପ୍ରସ୍ତାବକୁ ଆଗତ କରିଥିବାବେଳେ ଏନ୍‌ସି ନେତା ତଥା ମନ୍ତ୍ରୀ ସାକିନା ମାସୁଦ ଏହାକୁ ସମର୍ଥନ କରିଥିଲେ। ଧାରା ୩୭୦ ସମ୍ପର୍କିତ ପ୍ରସ୍ତାବ ଗୃହରେ ଆଗତ କରାଯିବା ସମୟରେ ବିଜେପି ବିଧାୟକମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ଏକଘଣ୍ଟା ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ପୁନର୍ବାର ଗୃହକାର‌୍ୟ୍ୟ ଆରମ୍ଭ ସମୟରେ ବିଜେପି ବିଧାୟକମାନେ ପ୍ରସ୍ତାବ କାଗଜକୁ ଚିରି ଫୋପାଡିଥିଲେ। ସେମାନେ ଗୃହର ମଧ୍ୟ ଭାଗରେ ବସି ଆନ୍ଦୋଳନ କରିଥିଲେ। ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ସୁନୀଲ ଶର୍ମା କହିଥିଲେ ଯେ ପ୍ରସ୍ତାବ ଆଗତ କରାଯିବା ଗୃହର କାର‌୍ୟ୍ୟ ତାଲିକାରେ ସ୍ଥାନ ପାଇ ନଥିଲା। ତେଣୁ ଏହି ପ୍ରସ୍ତାବକୁ ଆମେ ଅଗ୍ରାହ୍ୟ କରୁଛୁ। ଧାରା ୩୭୦ ସମ୍ପର୍କିତ ପ୍ରସ୍ତାବକୁ ପିଡିପି, କଂଗ୍ରେସ ଓ ସ୍ବାଧୀନ ବିଧାୟକମା​‌େ​‌ନ ସମର୍ଥନ କରିଥିଲେ। ୨୦୧୯ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫(କ)କୁ ଉଚ୍ଛେଦ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories