www.samajalive.in
Monday, December 8, 2025
20.1 C
Bhubaneswar

ହାଲୁକା ଯାନ ଲାଇସେନ୍ସରେ ଭାରୀଯାନ ଅନୁମତି

ନୂଆଦିଲ୍ଲୀ: ଏଣିକି ହାଲୁକା ମୋଟର ଯାନ(ଏଲଏମ୍‌ଭି) ଲାଇସେନ୍ସଧାରୀ ଚାଳକମାନଙ୍କୁ ମିଳିବ ଭାରୀଯାନ ଚଳାଇବା ଅନୁମତି। ତେବେ ୭,୫୦୦ କିଲୋଗ୍ରାମ ଓଜନ ଥିବା ଭାରୀଯାନ ଗୁଡିକୁ ସେମାନେ ଚଳାଇପାରିବେ। ଏନେଇ ସ​ର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସାମ୍ବିଧାନିକ ପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି। ଫଳରେ ଲାଇସେନ୍ସ ନିୟମାବଳୀରେ ସ୍ବଚ୍ଛତା ଆସିବା ସହ ଦୁର୍ଘଟଣା କ୍ଷେତ୍ରରେ ଚାଳକଙ୍କ ଲାଇସେନ୍ସ ଉପରେ ଆଧାର କରି ବୀମା କମ୍ପାନୀ କ୍ଷତିପୂରଣକୁ ପ୍ରତ୍ୟାଖ୍ୟାନ କରିବା ବନ୍ଦ ହେବ। ବୁଧବାର
ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାୟୀ, ଯେଉଁ ଚାଳକଙ୍କ ପାଖରେ ହାଲୁକା ମୋଟର ଯାନ ଲାଇସେନ୍ସ ରହିଛି, ସେମାନେ ୭,୫୦୦ କେଜି ପର‌୍ୟ୍ୟନ୍ତ ପରିବହନ ଯାନ(ଭାରୀଯାନ) ଚଳାଇପାରିବେ। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ, ଏଭଳି କୌଣସି ପରୀକ୍ଷାମୂଳକ ତଥ୍ୟ ନାହିଁ ଯେଉଁଥିରେ ଦେଶରେ ବଢ଼ୁଥିବା ଦୁର୍ଘଟଣା ପାଇଁ ହାଲୁକା ଯାନ ଲାଇସେନ୍ସଧାରୀ ଦାୟୀ ହୋଇଥିବେ। ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ସହ ୪ଜଣିଆ ସାମ୍ବିଧାନିକ ପୀଠରେ ସାମିଲ ଥିବା ଜଷ୍ଟିସ୍‌ ହୃଷୀକେଶ ରାୟ କହିଥିଲେ ଯେ, ଏହି ମାମଲା ହାଲୁକା ଯାନ ଲାଇସେନ୍ସଧାରୀଙ୍କ ଜୀବନଜୀବିକା ସହିତ ଜଡ଼ିତ। ଏହି ରାୟ ବ୍ୟବସାୟିକ ଯାନ ଚାଳକଙ୍କ ପାଇଁ ଆଶ୍ବସ୍ତି ଆଣିଥିବାବେଳେ ଦୁର୍ଘଟଣା କ୍ଷେତ୍ରରେ ଏକ ନିର୍ଦିଷ୍ଟ ଓଜନର ଭାରୀଯାନ ଚାଳକଙ୍କ ନିକଟରେ ଆବଶ୍ୟକ ଲାଇସେନ୍ସ ପ୍ରକାର ଉପରେ ଆଧାର କରି କ୍ଷତିପୂରଣକୁ ପ୍ରତ୍ୟାଖ୍ୟାନ କରୁଥିବା ବୀମା କମ୍ପାନୀକୁ ଶକ୍ତ ଧକ୍କା ଦେଇଛି। ଏହି ବିଷୟ ଲମ୍ବା ସମୟ ଧରି ବିବାଦୀୟ ହୋଇ ରହିଥିଲା। ବୀମା କମ୍ପାନୀ ଆରୋପ କରିଥିଲେ ଯେ, ବୀମା ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ ଏବଂ ଅଦାଲତ ହାଲୁକା ଯାନ ଲାଇସେନ୍ସକୁ ନେଇ ସେମାନଙ୍କ ଅଭିଯୋଗକୁ ଅଣଦେଖା କରିବା ସହ ବୀମା ଦାବି ପ୍ରଦାନ କରିବାକୁ ନିର୍ଦେଶ ଦେଇ ଆସୁଥିଲେ। ଏଥିସହ ଶୁଣାଣି ସମୟରେ ଅଦାଲତ ବୀମାଧାରୀଙ୍କ ସପକ୍ଷରେ ଦୃଷ୍ଟିକୋଣ ରଖୁଥିଲେ। ଏହି ସାମ୍ବିଧାନିକ ପୀଠରେ ମୁଖ୍ୟ ବିଚାରପତି, ଜଷ୍ଟିସ୍‌ ରାୟ, ଜଷ୍ଟିସ୍‌ ପିଏସ୍‌ ନରସିଂହ, ପଙ୍କଜ ମିଥଲ ଏବଂ ମନୋଜ ମିଶ୍ର ସାମିଲ ଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories