www.samajalive.in
Monday, December 15, 2025
26.1 C
Bhubaneswar

ମହିଳା କଲେଜ ଗୃହବିଜ୍ଞାନ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହିଳା ସ୍ନାତକ କଲେଜର ଗୃହବିଜ୍ଞାନ ଶେଷବର୍ଷ ଛାତ୍ରୀଙ୍କୁ ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଭାଗୀୟ ଅଧ୍ୟାପିକା ସରିତା ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଯୋଗଦାନ କରି ବିଦାୟୀ ଛାତ୍ରୀଙ୍କୁ ଉଚ୍ଚତର ଶିକ୍ଷାଲାଭ କରିବା ସହିତ ନିଜକୁ ଆତ୍ମନିର୍ଭରଶୀଳ ଓ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ କରିବା ଲାଗି ପରାମର୍ଶ ଦେଇଥିଲେ । ଗୃହବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ଆଚାର୍ଯ୍ୟ ଓ ଅପରାଜିତା ଜେନାମଣି ଉଦ୍‌‌ବୋଧନ ଦେଇ ଗୃହ ବିଜ୍ଞାନ ବିଷୟର ମୂଲ୍ୟ ଓ ଏହାର ଗୁରୁତ୍ୱ ବୁଝାଇବା ସହ ଭବିଷ୍ୟତରେ ସେମାନଙ୍କ ଜୀବନରେ ଏହି ବିଷୟ ଉପାଦେୟ ହେବ ବୋଲି ମତବ୍ୟକ୍ତ କରିଥିଲେ। ଡେମୋନଷ୍ଟ୍ରେଟର ରଶ୍ମିତା ପଣ୍ଡା ଗୃହବିଜ୍ଞାନ କେବଳ ବହି ମଧ୍ୟରେ ଆବଦ୍ଧ ନୁହେଁ ବରଂ ଏହା ଛାତ୍ରୀମାନଙ୍କର ଜୀବନରେ ଆସୁଥିବା ସମସ୍ତ ପ୍ରକାରର ସମସ୍ୟାର ସମାଧାନର ସୁତ୍ର ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ । ଉପସ୍ଥିତ ଶେଷବର୍ଷର ଛାତ୍ରୀମାନେ ସେମାନଙ୍କର ଏହି କଲେଜରେ ୩ବର୍ଷର ଅଭିଜ୍ଞତା ଏବଂ ସେମାନଙ୍କର ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ। +୩ ୨ୟ ବର୍ଷର ଛାତ୍ରୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories