www.samajalive.in
Sunday, December 14, 2025
23.1 C
Bhubaneswar

ସୁଦାନରେ ଫସି ରହିଛନ୍ତି ୩୫୦୦ ଭାରତୀୟ ଓ ୧ ହଜାର ଭାରତୀୟ ବଂଶୋଦ୍ଭବ

ଡେସ୍କ: ପ୍ରାୟ ୩୫୦୦ ଭାରତୀୟ ଏବଂ ୧୦୦୦ ଜଣ ଭାରତୀୟ ବଂଶୋଦ୍ଭବ ସୁଦାନରେ ଫସି ରହିଛନ୍ତି। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି ଯେ ସୁଦାନରେ ସ୍ଥିତି ଅତ୍ୟନ୍ତ ଅସ୍ଥିର ରହିଛି ଏବଂ ଚଳିତ ମାସ ୧୫ ତାରିଖରୁ ବିବାଦ ଆରମ୍ଭ ହେବା ପରଠାରୁ ଭାରତ ଏହା ଉପରେ ନିରନ୍ତର ନଜର ରଖିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ତାଙ୍କ ଆମେରିକା, ସାଉଦି ଆରବ, ୟୁଏଇ, ଇଜିପ୍ଟ ଏବଂ ବ୍ରିଟେନର ପ୍ରତିପକ୍ଷଙ୍କ ସହ ସୁରକ୍ଷିତ ଉଦ୍ଧାର ସମ୍ପର୍କରେ କଥା ହୋଇଛନ୍ତି।

ବୈଦେଶିକ ସଚିବ କହିଛନ୍ତି ଯେ ସୁଦାନ ମଧ୍ୟରେ ଭାରତୀୟଙ୍କ ସହ ଯୋଗାଯୋଗ ପାଇଁ ନେଟୱାର୍କ ପ୍ରତିଷ୍ଠା କରାଯାଇଛି ଯାହା ମାଧ୍ୟମରେ ଭାରତୀୟମାନେ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇପାରିବେ ଏବଂ ଭାରତ ସରକାର ମଧ୍ୟ ସେମାନଙ୍କୁ ପରାମର୍ଶ ଦେଇପାରିବେ। ଶ୍ରୀ କ୍ୱାତ୍ରା କହିଛନ୍ତି ଯେ ଦୂତାବାସ ଏକ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ପ୍ରାୟ ୩୦୦୦ ଭାରତୀୟ ନାଗରିକ ନିଜର ପଞ୍ଜିକରଣ କରିଛନ୍ତି ଏବଂ ୩ ଶହ ଲୋକ ଦୂତାବାସ ସହ ଯୋଗାଯୋଗରେ ଅଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories