www.samajalive.in
Saturday, December 6, 2025
23.1 C
Bhubaneswar

ଗୃହରେ ଚାନ୍ଦିର ହାତୀ ମୂର୍ତ୍ତି ଥିଲେ..

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ହାତୀ ମୂର୍ତ୍ତି ରଖିବା ଖୁବ ଶୁଭ କୁହାଯାଏ। ଘରେ ଚାନ୍ଦିର ହାତୀ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ହାତୀ ମୂର୍ତ୍ତି କିମ୍ବା ଫଟୋ ରଖିବା ଦ୍ୱାରା ଘରେ ସୌଭାଗ୍ୟ ବୃଦ୍ଧି ହୋଇଥାଏ। ଏହାକୁ ଘରେ ରଖିବା ଦ୍ୱାରା ବ୍ୟକ୍ତିଙ୍କ ମାନ-ସମ୍ମାନ ଓ ଯଶ ବୃଦ୍ଧି ହୋଇଥାଏ।
ହିନ୍ଦୁ ଧର୍ମରେ ହାତୀକୁ ପ୍ରଭୁ ଗଣେଶଙ୍କ ରୂପ ବୋଲି କୁହାଯାଏ। ଏହାସହ ହାତୀକୁ ମା’ଲକ୍ଷ୍ମୀଙ୍କ ବାହନ କୁହାଯାଏ। ଏହାକୁ ଘରେ ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଶୁଭଫଳ ମିଳିଥାଏ। ଧନର ଅଭାବ ଦୂର ହୋଇଥାଏ।
ହାତୀ ମୂର୍ତ୍ତି ଘରର ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ନକରାତ୍ମକ ଶକ୍ତି ଦୂର ହୋଇଥାଏ।
୨ଟି ହାତୀ (ହାତୀ ଯୋଡା) ଘରର ଉତ୍ତର ଦିଗରେ ରଖିବା ଦ୍ୱାରା ଧନ ଲାଭ ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ହାତୀର ମୁହଁ ଉପର ପଟକୁ ଓ ପରସ୍ପର ଆଡକୁ ହେବା ଉଚିତ।
ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଶୟନ କକ୍ଷରେ ହାତୀଙ୍କ ଫଟୋ ଲଗାନ୍ତୁ। ହାତୀଙ୍କ ଯୋଡା ଓ ମୂର୍ତ୍ତି ମଧ୍ୟ ରଖି ପାରିବେ।
ପିଲାଙ୍କର ପାଠପଢାରେ ମନ ନଲାଗିଲେ ସେମାନଙ୍କ କକ୍ଷରେ ହାତୀ ମୂର୍ତ୍ତି ରଖିବା ଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ।
ଶୟନ କକ୍ଷରେ ହାତୀର ପିତ୍ତଳ ମୂର୍ତ୍ତି ରଖିବା ଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ କଳହ ହୋଇନଥାଏ।
କାର୍ଯ୍ୟାଳୟରେ ପିତ୍ତଳର ହାତୀ ମୂର୍ତ୍ତି ରଖିବା ଦ୍ୱାରା ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।
କାର୍ଯ୍ୟାଳୟର ମୁଖ୍ୟ ଦ୍ୱାର ନିକଟରେ ହାତୀ ମୂର୍ତ୍ତି ରଖିବା ଦ୍ୱାରା ବେଶ ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories