www.samajalive.in
Sunday, December 14, 2025
19.1 C
Bhubaneswar

ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୃଷକ ସମାବେଶ

ବୌଦ୍ଧ: ବୌଦ୍ଧ ଆଦର୍ଶ କୃଷକ ବଜାର ପରିସରରେ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୃଷକ ସମାବେଶ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ନିୟନ୍ତ୍ରିତ ବଜାର କମିଟିର ସଂପାଦକ ସଂଜୟ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଓ ସମାବେଶର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କୃଷକ ସମାବେଶ ଓ କର୍ମଶାଳାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ନିୟନ୍ତ୍ରିତ ବଜାର କମିଟି ସ୍ଥାପିତ ଓ ପରିଚାଳିିତ କୃଷକ ବଜାରରେ ରହିଥିବା ବିଭିନ୍ନ ସୁବିଧା ସୁଯୋଗ,ଉପଯୋଗୀତା ନେଇ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଜାତୀୟସ୍ତରରେ କୃଷି ମାର୍କେଟିଂ ପାଇଁ ଇ-ନାମ ବ୍ୟବହାର ସଂପର୍କିତ ତାଲିମ କୃଷକମାନଙ୍କୁ ପ୍ରଦାନ କରାଯାଇଥିଲା। ସଂପାଦକ ଶ୍ରୀପଟ୍ଟନାୟକ ଓ ମଣ୍ଡି ଆନାଲିଷ୍ଟ ବିଘ୍ନଜିତ ମହାକୁଳ ବିଶେଷଜ୍ଞ ଭାବେ ତାଲିମ ପ୍ରଦାନ କରିଥିଲେ। ଜାତୀୟ କୃଷି ବଜାର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ୟାନ୍‌‌ ଇଣ୍ଡିଆ ଇଲେକ୍ଟ୍ରୋନିକ୍‌‌ ବାଣିଜ୍ୟ ପୋର୍ଟାଲ ଇ-ନାମ ଆରମ୍ଭ କରାଯାଇଛି। ଏହାଦ୍ୱାରା ଦେଶରେ କୃଷିଜାତ ଦ୍ରବ୍ୟ ପାଇଁ ଏକିକୃତ ଜାତୀୟ ବଜାର ସୃଷ୍ଟି କରାଯାଇପାରିଛି। କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସୂଚନା ଦୂରତା,ଅସମାନତାକୁ ହଟାଇବା ଏବଂ ପ୍ରକୃତ ଚାହିଦା ଓ ଯୋଗାଣ ଉପରେ ଆଧାର କରି କିପରି କୃଷି ମାର୍କେଟିଂ କରାଯାଇପାରୁଛି ସେ ସଂପର୍କରେ ତାଲିମ ପ୍ରଦାନ କରାଯାଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories