ଡେସ୍କ: କାବେରୀ ଅଭିଯାନ ଅଧୀନରେ ଆଜି ଜେଦ୍ଦାହ ବିମାନବନ୍ଦରରୁ ନୂଆଦିଲ୍ଲୀକୁ ୩୬୦ ଜଣ ଭାରତୀୟ ଆସୁଛନ୍ତି। ସୁଦାନ ସେନା ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ ଚାଲିଥିବାରୁ ସେଠାରେ ଅଟକି ରହିଥିବା ଭାରତୀୟ ମାନଙ୍କୁ ଦେଶକୁ ଆଣିବା ପାଇଁ ସରକାର ଅପରେସନ କାବେରୀ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ସୁଦାନରୁ ପ୍ରାୟ ୩୦୦ରୁ ୫୦୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇ ସାରିଲାଣି ଏବଂ ଏହି ପ୍ରକ୍ରିୟା ଜାରି ରହିଛି। ସରକାରୀ ସୂଚନା ଅନୁଯାୟୀ, ସୁଦାନ ବନ୍ଦରରେ ଜାହାଜ ପ୍ରସ୍ତୁତ ରଖାଯାଇଛି। ପୂର୍ବରୁ ୨୭୮ ଜଣ ଭାରତୀୟଙ୍କୁ ସୁଦାନ ବନ୍ଦରରୁ ଜେଦ୍ଦାହ ପର୍ଯ୍ୟନ୍ତ ଅଣାଯାଇ ସାରିଛି। ଏହି ପ୍ରକ୍ରିୟାରେ ଏବେ ଘରୋଇ ବିମାନ ସେବା ପ୍ରଦାନକାରୀ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଅନୁମତି ମିଳିଲେ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଭାରତରୁ ଜେଦ୍ଦାହ ପର୍ଯ୍ୟନ୍ତ ବିମାନ ଉଡାଣ କରିବେ ବୋଲି କହିଛନ୍ତି।



