www.samajalive.in
Friday, December 12, 2025
15.1 C
Bhubaneswar

ମାଓବାଦୀଙ୍କୁ ‘କ୍ରାନ୍ତିକାରୀ’ କହିଲେ ରାଜ ବବର

ରାୟପୁର : ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବର ମାଓବାଦୀଙ୍କୁ କ୍ରାନ୍ତିକାରୀ କହିଛନ୍ତି। ସେ କହିଛନ୍ତି ଯେ ମାଓବାଦୀମାନେ କ୍ରାନ୍ତିକାରୀ, ସେମାନଙ୍କୁ ଡରାଇ କିମ୍ବା ଲୋଭ ଦେଖାଇ ଅଟକାଇ ହେବନି। ଗୁଳିରେ ସମାଧାନ ହୁଏନାହିଁ, ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକ।
ଛିିଶଗଡ଼ ରାୟପୁରଠାରେ ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ ବବର ଏହା କହିଛନ୍ତି।

ସେ କହିଛନ୍ତି ଯେ ଯେଉଁ ଲୋକଙ୍କୁ ଅଧିକାର ମିଳେ ନି ଓ ଅଧିକାର ଛଡ଼ାଇ ନିଆଯାଏ ସେହି ଲୋକମାନେ ନିଜ ଅଧିକାର ପାଇବା ପାଇଁ ନିଜ ପ୍ରାଣ ବଳୀ ଦେଇଥାନ୍ତି। ଯେଉଁଲୋକ କ୍ରାନ୍ତିରୁ ବାହାରିଛନ୍ତି, ସେମାନଙ୍କୁ ସହଜରେ ଅଟକାଇ ହେବନି। ବନ୍ଧୁକରେ ନୁହେଁ କେବଳ କଥାବାର୍ତ୍ତାରୁ ସମାଧାନ ମିଳିବ। କ୍ରାନ୍ତି ବିଚାର ଏବଂ ବ୍ୟବହାରରୁ ହୋଇଥାଏ, ଅସ୍ତ୍ରରୁ ନୁହେଁ। ବନ୍ଧୁକ ଦ୍ୱାରା ପ୍ରଶ୍ନର ଉତ୍ତର ଖୋଜିବା ଆତଙ୍କବାଦ ଅଟେ। ପୂର୍ବରୁ ଆମେ ନେତାଙ୍କୁ ହରାଇଛେ। ହେଲେ ୧୩ ବର୍ଷ ପରେ ବି ରମଣ ସରକାର ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରହିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories