www.samajalive.in
Monday, December 15, 2025
16.1 C
Bhubaneswar

ମେ’ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫେଶନ ଶୋ’

ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ପାଖରେ ଫେଶନ ଷ୍ଟାଇଲ୍କୁ ପହଞ୍ଚାଇବା ଉଦେଶ୍ୟରେ ଉତ୍କଳକନିକା ଗ୍ୟାଲେରିଆ ମଲ୍ ଆୟୋଜିତ କରୁଛି ମିଷ୍ଟର ଆଣ୍ଡ ମିସ୍ ଉତ୍କଳ -୨୦୨୩। ଆସନ୍ତା ମେ’ ୬ରେ ଏହାର ତୃତୀୟ ସଂସ୍କରଣ ମେଗା ଫ୍ୟାସନ ଶୋ ମଲ୍ ପରିସରରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

‘ମଲ୍’ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମଲର ନିର୍ଦେଶିକା ପୂର୍ଣ୍ଣିମା ବୈଦ କହିଛନ୍ତି ଯେ ଲୁକାୟିତ ଅବସ୍ଥାରେ ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଆମେ ଏହି ପ୍ରୟାସ ଆରମ୍ଭ କରିଛୁ। ଚଳିତ ବର୍ଷ ତିନୋଟି ବର୍ଗ ରଖାଯାଇଛି। ମିଷ୍ଟର ଏବଂ ମିସ୍ ଜୁନିୟର, ମିଷ୍ଟର ଏବଂ ମିସ୍ ସିନିୟର୍ ଏବଂ ବରିଷ୍ଠ ନାଗରିକ। ମିଷ୍ଟର ଏବଂ ମିସ୍ ଜୁନିୟର ଉତ୍କଳ ପାଇଁ ବୟସ ସୀମା ୬ରୁ ୧୪ ଏବଂ ମିଷ୍ଟର ଏବଂ ମିସ୍ ଉତ୍କଳ ସିନିୟର ଲାଗି ବୟସ ସୀମା ୧୮ରୁ ୨୭ ପର୍ଯ୍ୟନ୍ତ ରଖାଯାଇଛି। ସେହିପରି ବରିଷ୍ଠ ନାଗରିକଙ୍କୁ ଏହି ଫେଶନ ଶୋ’ରେ ସାମିଲ କରାଯାଇଛି, ଯାହା ମୁଖ୍ୟ ଆକର୍ଷଣ ସାଜିବ।

- Advertisement -

୨୯ ତାରିଖରେ ଜୁନିୟର ଏବଂ ୩୦ରେ ସିନିୟର ବର୍ଗଙ୍କ ପାଇଁ ଅଡ଼ିସନ୍ କରାଯିବ। ମୋଟ ୫୬ ଜଣ ପ୍ରତିଯୋଗୀଙ୍କୁ ଏଥିରୁ ମନୋନୟନ କରାଯିବ। ପୁରୁଷ ବର୍ଗରେ ୧୪, ମହିଳାରେ ୧୪ ଏବଂ ବରିଷ୍ଠ ନାଗରିକ ବର୍ଗରେ ୧୪ ଓ ଜୁନିୟରରେ ୧୪ ଜଣ ଲେଖାଏଁ ମନୋନୀତ ହେବେ। ଏହି ଫେଶନ ଶୋ’ର ବିଜେତାଙ୍କୁ ନଗଦ ଅର୍ଥ ରାଶି, ଟ୍ରଫି ପ୍ରଦାନ କରାଯିବା ସହ ମଲ୍ ପାଇଁ କଣ୍ଟ୍ରାକ୍ଟରେ ରହିବେ। ସେହିପରି ଉପବିଜେତାଙ୍କୁ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯିବ। ଏଥିପାଇଁ କୌଣସି ପ୍ରବେଶ ଦେୟ ରଖାଯାଇନାହିଁ।

ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ, ଓଡ଼ିଉଡ଼୍ ଅଭିନେତ୍ରୀ ସୁବାଙ୍ଗି ଜାନା, ଫେଶନ୍ କୋରିଓଗ୍ରାଫର ପ୍ରଶାନ୍ତ ଦାସ, ସୁଶୃତ ହସ୍ପିଟାଲର ସିଇଓ ଚିଦାତ୍ମିକା ଖଟୁଆ, ଆଶୁତୋଷ ଫଟୋଗ୍ରାଫିର ଆଶୁତୋଷ ସାହୁ ଏବଂ ଉତ୍କଳକନିକା ଗ୍ୟାଲେରିଆ ମଲର ମାର୍କେଟିଂ ମୁଖ୍ୟ ଦୁଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories