ବିଜ୍ଞାପନଦାତାଙ୍କୁ ଟଙ୍କା ମାଗିଲା ଟ୍ବିଟର୍
ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା, ରାଜନେତାଙ୍କ ବ୍ଲୁ ଟିକ୍ମାର୍କ ହଟାଇବା ପରେ ଏବେ ବିଜ୍ଞାପନକାରୀଙ୍କୁ ଟଙ୍କା ମାଗିଲା ଟ୍ବିଟର। ମାସକୁ ନିର୍ଦ୍ଦିଷ୍ଟ ଅର୍ଥ ନ ଦେଲେ ଚଲାଇ ହେବନି ବିଜ୍ଞାପନ। ଟ୍ବିଟର ପକ୍ଷରୁ କୁହାଯାଇଛି, “ଯେଉଁ ବିଜିନେସ ଆକାଉଣ୍ଟଗୁଡିକ ପ୍ରତି ମାସରେ ୧୦୦୦ ଡଲାର ଦେଉଛି ଉକ୍ତ ଆକାଉଣ୍ଟ ନିକଟରେ ଗୋଲ୍ଡ ଚେକ୍ ରହିଛି କିମ୍ବା ଖୁବଶୀଘ୍ର ମିଳିଯିବ। ସେହି ଆକାଉଣ୍ଟଗୁଡ଼ିଗୁକ କେବଳ ଟ୍ବିଟରରେ ବିଜ୍ଞାପନ ଚଲାଇ ପାରିବେ। ଏଣୁ ବିଜ୍ଞାପନ ଚଲାଇବାକୁ ହେଲେ ଉକ୍ତ ଆକାଉଣ୍ଟ ଭେରିଫାଏଡ ହୋଇଥିବା ଦରକାର।
Comments are closed.