www.samajalive.in
Sunday, December 14, 2025
16.1 C
Bhubaneswar

ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ-ଫିତର ପାଳିତ

କେନ୍ଦୁଝରଗଡ଼: ଦୀର୍ଘ ମାସେବ୍ୟାପୀ କଠୋର ସାଧନା ସହ ସଂଯମ କରି ରମଜାନ ପାଳିବା ପରେ ଶନିବାର ମୁସଲମାନ ସମ୍ପ୍ରଦାୟ ତ୍ୟାଗ ଓ ବଳିଦାନର ପର୍ବ ଇଦ୍‍-ଉଲ-ଫିତର କେନ୍ଦୁଝର ପୁରୁଣାବଜାରସ୍ଥିତ ଜୁମ୍ମା ମସ୍‍ଜିଦରେ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଯାଇଛି। ଭୋରରୁ ମୁସଲମାନ ସମ୍ପ୍ରଦାୟ ସ୍ଥାନୀୟ ମସଜିଦରେ ଉପସ୍ଥିତ ରହି ସମୂହ ପ୍ରାର୍ଥନାରେ ଯୋଗଦେଇ ନମାଜ ପାଠ କରି ବିଶ୍ୱ ଭାତୃତ୍ୱ, ହିଂସା ଦ୍ୱେଷ ମୁକ୍ତ ପୃଥିବୀ ଗଠନ ପାଇଁ ପ୍ରାର୍ଥନା କରିଥିଲେ।

ଜୁମ୍ମା ମସଜିଦର ଇମାମ୍‍ ଇରସାଦ ଆଲାମ ଫୈଜିଙ୍କ ଦ୍ୱାରା ମିଳିତ ନମାଜ ପାଠ ସହ ଆଜି ଦିନର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅବଦୁଲ ହବିବ, ଖୋଦାବକ୍ସ ଖାନ, ଅବଦୁଲ ସୁରଜ ଖାନ, ସେକ୍‍ ଜୈବୁଲ ହକ୍‍, ଅବଦୁଲ ରସିଦ, ଅବଦୁଲ ଜବାର କୁରୈସି, ରମଜାନ ଅଲ୍ଲୀ, ଅହମ୍ମଦ କୁରୈସି, ରୋଶନ ଖାନ, ଆହାନ ଖାନ, ଜାହିଦ କାଦରୀ, ଜାବେଦ ଏସ.କେ.ଫିରୋଜ, ଲତିଫ୍‍ ମହମ୍ମଦ ପ୍ରମୁଖ ନେତୃତ୍ୱ ନେଇ ଶାନ୍ତିଶୃଙ୍ଖଳାର ସହ ରମଜାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାପରେ ପରଷ୍ପର ମଧ୍ୟରେ ମିଠା ଖୁଆଇ ଶାନ୍ତି ଓ ସୌହାର୍ଦ୍ୟର ବାର୍ତ୍ତା ବାଣ୍ଟିଥିଲେ।

- Advertisement -

ଏହି ଅବସରରେ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ମୁସଲମାନ ସମ୍ପ୍ରଦାୟଙ୍କୁ ଇଦ୍‍ ଶୁଭେଛା ଜଣାଇଥିଲେ। ସହରର ମାଗୁରଗାଡିଆ ମସଜିଦ୍‍ରେ ମୌଲାନା ମୋତିଉଦ୍ଦିନ, ବୁଲାଦ୍ୱାରସାହିସ୍ଥିତ ମସଜିଦ୍‍ରେ ମୌଲାନା ତାହିର ହୁସେନ, ସିରାଜୁଦ୍ଦିନଛକ ଜାମା ମସଜିଦ୍‍ରେ ମୌଲାନା ଖଲିକୁର ରହମନ, କେନ୍ଦୁଝର ଜିଲା କାରାଗାରରେ ମୌଲାନା ହାଫିଜ୍‍ ଉଜେର, ଝୁମ୍ପୁରା ଜୁମ୍ମା ମସଜିଦ୍‍ରେ ମୌଲାନା ନାୟମତୁଲ୍ଲା ଉମରି, ଲାଲ ମସଜିଦ୍‍ ଝୁମ୍ପୁରାରେ ମୌଲାନା କମାର ହାପିଜ୍‍, ଥାନା ମୋହଲ୍ଲା ମସଜିଦ୍‍ ଝୁମ୍ପୁରାରେ ମୌଲାନା ମହମ୍ମଦ କୌସିସ, ଇସଲାମପୁର ମସଜିଦ୍‍ରେ ମୌଲାନା ଇର୍ଫାନ, ସହିଦନଗର ମସଜିଦ୍‍ରେ ହାଫିଜ ଜୁଲଫିକର, ଘଟଗାଁ କୁସୁନପୁର ମସଜିଦ୍‍ରେ ମୌଲାନା ମହମ୍ମଦ ମୁବାରକ, ଯୋଡା ମଦିନା ମସଜିଦ୍‍ରେ ମୁଫ୍‍ତି ଜୁଦେ ସାହେବ, ମସଜିଦ୍‍ କମରରେ ମୌଲାନା ଗନି ହାଫିଜ, ବଡବିଲ ଜୁମ୍ମା ମସଜିଦ୍‍ରେ ମୌଲାନା ସାୟେଦ ଇମାନୁଦ୍ଦିନ ହାସମୀ, ଚମ୍ପୁଆ ଅହଲେ ହଦିସ ମସଜିଦ୍‍ରେ ମୌଲାନା ଗୌହର, ଉସ୍ମାନ ଗନୀ ମସଜିଦ୍‍ରେ ମୌଲାନା ଖାଲିକ ଶୈଫୁଲ୍ଲା ନମାଜ ପାଠ କରାଇବା ସହ ଆଲ୍ଲାଙ୍କ ପବିତ୍ର ବାଣୀ ସମ୍ପର୍କରେ ବିସ୍ତୃତ ବାଖ୍ୟା କରିଥିଲେ।

ବହୁ ଯୁବ ମୁସଲିମ୍‍ ସ୍ୱେଛାସେବୀ ଶୃଙ୍ଖଳିତ ଭାବେ ନମାଜ ପାଠ କରାଇବାରେ ସହାୟତା କରିବା ସହ ଆନନ୍ଦର ସହ ଇଦ୍‍-ଉଲ-ଫିତର ପାଳନ କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories