www.samajalive.in
Sunday, December 14, 2025
15.1 C
Bhubaneswar

ମନ ମୋହୁଛି କାସାଣ୍ଡ୍ରା ଜାତୀୟ ନାଟକ ଉତ୍ସବ

କେନ୍ଦୁଝରଗଡ଼: ଚଳିତମାସ ୨୦ରୁ ଅଡିଟୋରିୟମ ଠାରେ କେନ୍ଦୁଝର ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟର ପକ୍ଷରୁ ଆରମ୍ଭ ହୋଇଥିବା ଜାତୀୟ ନାଟକ ଉତ୍ସବ ଦର୍ଶକଙ୍କୁ ବେଶ୍‍ ଆକୃଷ୍ଟ କରିପାରିଛି। ଏମ୍‍ଏସ୍‍ପି ସ୍ପଞ୍ଜ କାରଖାନାର ସଭାପତି ତଥା କାସାଣ୍ଡ୍ରା କଲଚରାଲ ସେଣ୍ଟରର ସଭାପତି ଇଂ ଦେବବ୍ରତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁବାର ସନ୍ଧ୍ୟାରେ ଉଦ୍‍ଘାଟନ କରିଥିବା ବେଳେ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ସଦାନନ୍ଦ ନାଏକ ସ୍ୱତନ୍ତ୍ର ନିମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱର ‘ଶତାବ୍ଦୀ’ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ନାଟକ ‘ଦଶାବତାର’ ଉଦ୍‍ଘାଟନୀ ସନ୍ଧ୍ୟାରେ ଦର୍ଶକଙ୍କ ମନକୁ ବେଶ୍‍ ମନ୍ତ୍ରମୁଗ୍ଧ କରିଥିଲା।

ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମଧ୍ୟପ୍ରଦେଶ ଭୋପାଳର ଅଗ୍ରଣୀ ନାଟ୍ୟ ସଂସ୍ଥା ରେଜିଙ୍ଗ ସୋସାଇଟି ଅଫ୍‍ ଆର୍ଟ ଆଣ୍ଡ କଲଚର ପକ୍ଷରୁ ନାଟକ ‘ମୁଜୁନୁ ଲାଉସମେଣ୍ଟ’ ଭଳି ଜୀବନ୍ତ ନାଟକ ଦର୍ଶକଙ୍କ ହୃଦୟକୁ ଜିଣିବା ସହ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଉତ୍ସବର ତୃତୀୟ ସନ୍ଧ୍ୟାରେ କଲକତାର ନାଟ୍ୟ ଅନୁଷ୍ଠାନ ତିଲଜଲା କଳ୍ପନ ନାଟ୍ୟ ଗୋଷ୍ଠୀ ଦ୍ୱାରା ନାଟକ ‘ଏକ କିତିର ଦିନଲିପି’ ଦର୍ଶକଙ୍କ ମନକୁ ଛୁଇଁପାରିଛି। ଉଦ୍‍ଯାପନୀ ସନ୍ଧ୍ୟାରେ ନାଟ୍ୟକାର ଚିନ୍ମୟ ଦାସପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଆୟୋଜକ କାସାଣ୍ଡ୍ରାର ନିଜସ୍ୱ ନାଟକ ‘କଥାତ ଏତିକି’ ମଞ୍ଚସ୍ଥ ହେବ।

- Advertisement -

ଏଥିସହ ଉଦ୍‍ଯାପନୀ ସନ୍ଧ୍ୟାରେ ଅନୁଷ୍ଠାନର ସ୍ୱର୍ଗତଃ ସଦସ୍ୟ ଧିରେନ୍ଦ୍ର ରାଉତ, ଗୟାଧର ଦାସ, ଦେବାଶିଷ ପଟ୍ଟନାୟକ, ବନ ବିହାରୀ ପହି ଓ ବିରଞ୍ଚି ନାରାୟଣ ଦାସଙ୍କ ସ୍ମୃତିରେ ବରିଷ୍ଠ ନାଟ୍ୟ କଳାକାର ଯୋଗେନ୍ଦ୍ର ମହାପାତ୍ର, ଘନଶ୍ୟାମ ମିଶ୍ର, ପରିକ୍ଷୀତ ମିଶ୍ର, କଳ୍ପତରୁ ଆଚାର୍ଯ୍ୟ ଓ ବିଦ୍ୟାଧର ରାଏଙ୍କୁ ‘କାସାଣ୍ଡ୍ରା’ ସମ୍ମାନରେ ସମ୍ବର୍ଦ୍ଧିିତ କରାଯିବ ବୋଲି କାସାଣ୍ଡ୍ରା ସମ୍ପାଦକ ମଳୟ କୁମାର ମହାପାତ୍ର ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, କାସାଣ୍ଡ୍ରା ପକ୍ଷରୁ ଦୀର୍ଘ ୪୦ବର୍ଷ ଧରି ଏହି ନାଟକ ଉତ୍ସବ ଆୟୋଜିତ ହୋଇଆସୁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories