www.samajalive.in
Saturday, December 13, 2025
21.1 C
Bhubaneswar

ବିଶ୍ବ ପୃଥିବୀ ଦିବସ ପାଳିତ

ଫୁଲବାଣୀ/ଘୁ.ଉଦୟଗିରି,: କନ୍ଧମାଳ ଜିଲାର ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ୟୁନିସେଫ, ୟୁଥଫରୱାଟର, ଆକ୍ସନଏଡ୍ ଓ ପ୍ରଦାତ୍ତା ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ କନ୍ଧମାଳ ଦ୍ବାରା ପୃଥିବୀ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ। ବିଶ୍ବ ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଜଳସ୍ତର ହ୍ରାସ, ବୃକ୍ଷ ରୋପଣ, ଜଙ୍ଗଲକୁ ନିଆଁ ଦାଉରୁ ରୋକିବା, ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାରକୁ ରୋକିବା ଉପରେ ଜନ ସଚେତନ କରିବା ପାଇଁ ଉପସ୍ଥିତ ସମସ୍ତ ଯୁବ ଗୋଷ୍ଠୀଙ୍କୁ ଅବଗତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଏଣେତେଣେ ପଡ଼ିଥିବା ପ୍ଲାଷ୍ଟିକ ବୋତଲକୁ ଏକ ନିଆରା ଢଙ୍ଗରେ ବ୍ୟବହାର କରାଯିବା ସହିତ ଏହି ବୋତଲ ସାହାଯ୍ୟରେ ବିଭିନ୍ନ ଫୁଲ, ସିନେରି, ପନିପରିବା ଓ ଅମ୍ଳଜାନ ଯୋଗାଉଥିବା ବୃକ୍ଷ ରୋପଣ କରିବା ପାଇଁ ସଚେତନ କରାଯାଇଛି। ବର୍ତ୍ତମାନ ପିଢ଼ିଠାରୁ ଜଳ ସଂରକ୍ଷଣ, ଜଙ୍ଗଲ ସଂରକ୍ଷଣ, ଜଳ ଅପବ୍ୟବହାର ନକରିବା ପାଇଁ ଝିମାଙ୍ଗିଆ ଗ୍ରାମରେ ସଚେତନ କରାଯାଇଛି।
ଉପସ୍ଥିତ ସମସ୍ତ ଯୁବ ଗୋଷ୍ଠୀ ଗୋଟିଏ ଗୋଟିଏ ପାଣି ବୋତଲ ଆଣି ନିଜ ପାଇଁ ଏକ ଫୁଲ ବା ସିନେରୀ ଗଛ ଲଗାଇ ସମାଜ ପାଇଁ ଏକ ବାର୍ତ୍ତା ଦେଇ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସ୍ଲୋଗାନ ଦେଇଥିଲେ।

- Advertisement -

ଆଜିଠାରୁ କମ ମାତ୍ରାରେ ଜଳ ବ୍ୟବହାର କରିବା ସହିତ ଅନ୍ୟମାନଙ୍କୁ ଆବଶ୍ୟକତା ଅନୁସାରେ ଜଳର ବ୍ୟବହାର କରିବା ପାଇଁ ସଚେତନତା କରାଯାଇଛି।
ଅନ୍ତରଙ୍ଗ ଯୁବ ସଂଘର ସମ୍ପାଦକ ରତିକାନ୍ତ ପ୍ରଧାନ ସ୍ବାଗତ କରିଥିବାବେଳେ ରାଜେଶ୍ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କିସାନ ପ୍ରଧାନ, ନିହାରିକା ପ୍ରଧାନ, ବିଶ୍ୱଜିତ୍ ପ୍ରଧାନ, ଲିପ୍ତିମୟୀ ପ୍ରଧାନ ଓ ଅମ୍ରିତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories