ବରଗଡ଼: ପାନ ଦୋକାନରେ ବଜ୍ରପାତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି। ଅତାବିରା ଥାନା କାଦୁଅବାହାଲ ଗାଁର ଏକ ଦୋକାନରେ ବଜ୍ରପାତ ହୋଇଥିଲା। ଏଥିରେ ୪ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ପାନ ଦେକାନରେ ଠିଆ ହୋଇଥିବାବେଳେ ବଜ୍ରପାତ ହୋଇଥିବା ଜଣାପଡ଼ିଛି।
ଆଜି ସନ୍ଧ୍ୟା ବେଳେ ଦୋକାନରେ ଠିଆ ହୋଇଥିଲେ। ଠିକ୍ ସେହି ସମୟରେ ହେଲା ବଜ୍ରପାତ ଘଟିଥିଲା। ଏଥିରେ ଜଣେ ଯୁବକଙ୍କ ଜୀବନ ଚାଲି ଯାଇଥିବାବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ବରଗଡ଼ ଜିଲା ଅତାବିରା ଥାନା ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଥିଲା। ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା। ବଜ୍ରପାତରେ କାଦୋବହାଲର ଗାଁରେ ଏକ ପାନ ଦୋକାନରେ ଠିଆ ହୋଇଥିବା ଅତାବିରା ଥାନା ନାଗପାଲି ଗାଁର ଜିତ ଥପାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। କାଦୋବହାଲର ସନ୍ତୋଷ ମହାରଣା, ଲିଙ୍ଗ ଚାଲାଣ ଓ ଝିଲିମିଣ୍ଡା ଗାଁର ଗୋବିନ୍ଦ ପ୍ରଧାନ ଏବଂ ଗଙ୍ଗାଧର ଭୁଏ ବୋଲି ସୂଚନା ମିଳିଛି। ସମସ୍ତ ଗୁରୁତର ଆହତଙ୍କୁ ପ୍ରଥମେ କାଦୋବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦବେଗଜନକ ହେବାରୁ ସେମାନଙ୍କୁ ବୁର୍ଲା ବଡ଼ ଡ଼ାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି।



