ପାକିସ୍ତାନରେ ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବା ପାଇଁ ନୂଆ ଆଇନ ପାରିତ

ଇସଲାମାବାଦ – ପାକିସ୍ତାନରେ ନ୍ୟାୟ ପ୍ରକ୍ରିୟାର ମୁଖ୍ୟ ପ୍ରଧାନବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବା ପାଇଁ ନୂଆ ଆଇନ । ନୂଆ ଆଇନ ବ୍ୟବସ୍ଥାରେ ପାକିସ୍ତାନର ଉଚ୍ଚତମ ନ୍ୟାୟାଳୟ ବିଲ୍‌ ୨୦୨୩କୁ ପାରିତ କରାଯାଇଛି । ଏଥିରେ ପ୍ରଧାନବିଚାରପତିଙ୍କ କ୍ଷମତାକୁ ହ୍ରାସ କରାଯାଇଛି । ବିଭିନ୍ନ ଜନସ୍ୱାର୍ଥମାମଲାରେ ପ୍ରଧାନବିଚାର ପତିଙ୍କ ସହ ଅନ୍ୟ ବିଚାରପତିଙ୍କ କ୍ଷମତା ହ୍ରାସ କରାଯାଇଛି ।

prayash

ଏହାସହ ବିଭିନ୍ନ ସଂସଦୀୟ ମାମଲାରେ ଏମାନେ ବିଶେଷ କିଛି ରାୟ ଦେଇପାରବେ ନାହିଁ । ଶେହନବାଜ ସରିଫଙ୍କ ସରକାରରେ ଏହି ଆଇନ ପାକିସ୍ତାନ ସଂସଦରେ ପାରିତ ହୋଇଛି । ଏଥିପାଇଁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଗେଜେଟ୍‌ ପ୍ରକାଶିତ ହୋଇଥିଲା । ଏହି ଆଇନକୁ ପାକିସ୍ତାନର ରାଷ୍ଟ୍ରପତି ଦୁଇଥର ସ୍ୱାକ୍ଷର କରିବା ପାଇଁମନା କରିଦେଇଥିଲେ । ମାତ୍ର ଏହା ପୁଣି ଥରେ ପାରିତ ହେବା ପରେ ପାକିସ୍ତାନର ଆଇନ ଭାବେ ସୀକୃତି ପାଇଲା ବୋଲି ଜାତୀୟ ଆସେମ୍ବ୍ଲି ସେକ୍ରେଟେରୀଏଟ୍‌ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments are closed.