ଚାନ୍ଦିପୁଟ : ଗଜପତି ଜିଲ୍ଲାରେ ବସବାସ କରୁଥିବା ଶହ ଶହ ତିଦ୍ଦତୀୟ ଶରଣାର୍ଥୀ ମାନେ ଶୁକ୍ରବାର ରାଜ ରାସ୍ତାକୁ ଓଲ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚନ୍ଦ୍ରଗିରି ଅଞ୍ଚଳର ତିଦ୍ଦତୀୟ ଶରଣାର୍ଥୀ ହାତରେ ପ୍ଳାକାର୍ଡ ଓ ବ୍ୟାନର ସହିତ ମାଇକ ଲଗାଇ ନାରାବାଜି ସହ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କ ଏକ ଭିଡିଓକୁ ଅତିରଞ୍ଜିତ କରି ଆପତ୍ତିଜନକ ଭାବରେ ଗତ କିଛି ମାସ ତଳେ କିଛି ଜାତୀୟ ସ୍ତରୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଯାହା ତିଦ୍ଦତୀୟ ଧର୍ମଗୁରୁ ଦଳାଇ ଲାମାଙ୍କ ପ୍ରତି ଅପମାନିତ ଖବର ପ୍ରସାରଣ ବୋଲି ସୂଚାଇଥିଲା । ଏହାକୁ ଦୃଢ଼ ନିନ୍ଦା କରିଛନ୍ତି ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳରେ ରହୁଥିବା ତିବତିୟ ଶରଣାର୍ଥୀ । ତିଦ୍ଦତୀୟ ଯୁବ କଂଗ୍ରେସ ଓ ମହିଳା ତିଦ୍ଦତୀୟ ଏସଓସିଇଏସନ ପକ୍ଷରୁ ଆଜି ଚନ୍ଦ୍ରଗିରି ତିଦ୍ଦତୀୟ ସେଟେଲମେଣ୍ଟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ତିଦ୍ଦତୀୟ ପ୍ରତିନିଧିଗଣ ଏହାକୁ କଡା ଭାଷାରେ ନିନ୍ଦା କରିଛନ୍ତି ।

ଗତ ଫେବୃୟାରୀ ୨୮ ତାରିଖରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଧର୍ମଗୁରୁ ଦଳାଇ ଲାମା ଜଣେ ୮ ବର୍ଷର ବାଳକକୁ ଖୁସିରେ ଚୁମ୍ବନ କରିଥିଲେ। ସେହି ସମୟର ଏକ ଭିଡିଓକୁ କିଛି ଜାତୀୟ ସ୍ତରର ଗଣମାଧ୍ୟମ ଅତିରଞ୍ଜିତ କରି ଦଳାଇ ଲାମାଙ୍କ ପ୍ରତି ଅପମାନ ଜନକ ଖବର ପ୍ରସାରଣ କରିଥିଲେ । ଏହାକୁ ନେଇ ତିଦ୍ଦତୀୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ଚୀନର ଏକ ଷଡ଼ଯନ୍ତ୍ର ବୋଲି ତିଦ୍ଦତୀୟ ମାନେ ସମାଲୋଚନା କରିବା ସହ ସଂପୃକ୍ତ ଗଣମାଧ୍ୟମ ତୁରନ୍ତ ଧର୍ମଗୁରୁଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯୋଗଦେଇଥିବା ଗଜପତି ଜିଲ୍ଲା ରାଷ୍ଟ୍ରୀୟ ସଂୟ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶୋକ ରଣଜିତ ଘଟଣାକୁ ବୌଦ୍ଧ ଧର୍ମଗୁରୁ ଦଲାଇଲାମା ବିଶ୍ବ ଶାନ୍ତିର ପ୍ରଦାୟକ, ଏବଂ ତାଙ୍କ ପ୍ରତି ଅତିରଞ୍ଜିତ ଓ ମିଥ୍ୟା ଖବର ପ୍ରସାରଣକୁ ଦୃଢ ନିନ୍ଦା କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ତିଦ୍ଦତୀୟ ମୁଖ୍ୟ ମୁଖପାତ୍ର ଭାବେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସନଡୁପ ଦର୍ଜୀ, ତିଦ୍ଦତୀୟ ମହିଳା ଏସୋସିଏସନ ସଭାପତି କୁଙ୍ଗା, ତିଦ୍ଦତୀଆନ ଯୁବ କଂଗ୍ରେସ ସଭାପତି ତେନଜିନ ଥମେକ, ସେଟେଲମେଣ୍ଟ ମୁଖ୍ୟ ପେମା ଖେମ୍ପୋ ଗୁରୁଜୀ, ତାସି ତେନଜିନ, ତେନଜିନ ଲାମହା୍ବା ପ୍ରମୁଖଙ୍କ ସମେତ ପାଞ୍ଚୋଟି କ୍ୟାମ୍ପରେ ବସବାସ କରୁଥିବା ସମସ୍ତ ତିଦ୍ଦତୀୟ ଶରଣାର୍ଥୀ ମାନେ ଯୋଗଦେଇଥିଲେ ।



