www.samajalive.in
Sunday, December 14, 2025
23.1 C
Bhubaneswar

ଡଃ. ସଦାଶିବ ତ୍ରିପାଠୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ଵାନ

ନବରଙ୍ଗପୁର : ନବରଙ୍ଗପୁର ମାଟିର ଯୋଗ୍ୟତମ ସନ୍ତାନ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ.ସଦାଶିବ ତ୍ରିପାଠୀଙ୍କ ୧୧୩ ତମ ଜୟନ୍ତୀ ନବରଙ୍ଗପୁର ଜିଲା ପ୍ରଶାସନ ତରଫରୁ  ଜିଲା ସଦର ମହକୁମା ନବରଙ୍ଗପୁର ଠାରେ ପାଳନ ହୋଇଯାଇଛି । ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସଦାଶିବ ତ୍ରିପାଠୀ ପାର୍କ ସ୍ଥିତ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ  ଲୋକସଭା ସଦସ୍ୟ ରମେଶ ଚନ୍ଦ୍ର ମାଝୀ,ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଆରକ୍ଷୀ ଅଧୀକ୍ଷକ ଏସ୍.ସୁଶ୍ରୀ, ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍, ଡ଼ଃ. ତ୍ରିପାଠୀଙ୍କର ଦାୟାଦ କେଦାରନାଥ ତ୍ରିପାଠୀ, ଡକ୍ଟର ବିଜୟ କୁମାର ମିଶ୍ର ଓ  ବିଜୟ କୁମାର ଚୌଧୁରୀ ଯୋଗଦେଇ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ମାଲ୍ୟାର୍ପଣ ସମାରୋହରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ପରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ସାଂସଦ ଶ୍ରୀ ମାଝୀ, ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀ ପ୍ରଧାନୀ, କେଦାରନାଥ ତ୍ରିପାଠୀ, ମୁନ୍ନା ତ୍ରିପାଠୀ, ନିରଞ୍ଜନ ମିଶ୍ର, ବିଜୟ ଚୌଧୁରୀ, ଜେମାମଣି  ବିଷୋୟୀ, ସିରାଜ ଉଦ୍ଦିନ ମୁଖ୍ୟ ବକ୍ତା ଭାବେ ଡକ୍ଟର ବିଜୟ  ମିଶ୍ର, ଯୋଗଦେଇ  ଡକ୍ଟର ତ୍ରିପାଠୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ ସଦାଶିବ ତ୍ରିପାଠୀଙ୍କ ଆଦର୍ଶ, ସରଳ, ନିଷ୍ଠା, ତ୍ୟାଗ ଜୀବନୀ ଉପରେ ଉଲ୍ଲେଖ କରି  ଆଜିର ଯୁବପିଢ଼ି, ଛାତ୍ର ଛାତ୍ରୀ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ଵାନ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀ ପ୍ରଧାନୀ ତାଙ୍କ ବକ୍ତବ୍ୟରେ ଡକ୍ଟର ସଦାଶିବ ତ୍ରିପାଠୀ କିପରି ଶିକ୍ଷକ ଚାକିରୀ ଛାଡି  ସ୍ଵାଧୀନତା ସଂଗ୍ରାମ ରେ ଝାସ ଦେଇ ଇଂରେଜ  ବିରୁଦ୍ଧରେ ଲଢ଼େଇ କରି  ଜେଲ୍ ଯିବା ସହିତ  ରାଜ୍ୟ ରାଜନୀତିରେ ସୁନାମ ଅର୍ଜନ କରିବା ସହିତ  ଓଡିଶାର  ମୁଖ୍ୟମନ୍ତ୍ରୀ  ହୋଇପାରିଥିଲେ ସେସମ୍ପର୍କରେ  ଆଲୋକପାତ କରିଥିଲେ। ଅତିରିକ୍ତ ଜିଲାପାଳ ଶ୍ରୀ ରଇତ ମହାନ୍ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି  ଛାତ୍ର ଛାତ୍ରୀ, ଯୁବ ପିଢି, ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ। ବକ୍ତା ଡକ୍ଟର ମିଶ୍ର,  ଡକ୍ଟର ତ୍ରିପାଠୀଙ୍କ ଆଦର୍ଶ ଆତ୍ମ ଜୀବନୀ ଉପରେ ଆଲୋକପାତ କରିଥିଲେ। ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଆଦର୍ଶ ଜୀବନୀ  ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ସ୍ଥାନ ପାଇଲେ  ଛାତ୍ର ଛାତ୍ରୀ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସୁଯୋଗ ପାଇ ପାରନ୍ତେ,ଏଥିପାଇଁ  ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଇଥିଲା । ଏସବୁ କାର୍ଯ୍ୟକ୍ରମକୁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ, ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମହାନ୍ତି, ମନୋଜ କୁମାର ପଟ୍ଟନାୟକ, ଦିଲୀପ କୁମାର ମଲ୍ଲିକ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର-ଛାତ୍ରୀ,ବରିଷ୍ଠ ନାଗରିକ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories