www.samajalive.in
Saturday, December 6, 2025
14.1 C
Bhubaneswar

ଅମ୍ବାନୀଙ୍କୁ ମାସକୁ କେତେ ଭଡ଼ା ଦେବେ ଆପଲ୍‌ ସିଇଓ ? ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବଇ: ନିକଟରେ ଭାରତରେ ପ୍ରଥମ ଆପଲ୍‌ ଷ୍ଟୋର ଖୋଲିଛି, ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ମୁମ୍ବଇରେ ଖୋଲିଥିବା ଏହି ପ୍ରଥମ ଷ୍ଟୋରର ପ୍ରତ୍ୟେକ କୋଣ ଅନୁକୋଣ ଲୋକଙ୍କ ହୃଦୟକୁ ଛୁଇଁଛି। ତେବେ କ’ଣ ଆପଣ ଜାଣନ୍ତି, ଏହି ଷ୍ଟୋର୍‌ର ମାସିକ ଭଡ଼ା କୌଣସି ୨ ବିଏଚକେ ଫ୍ଲାଟ୍‌ର ମୂଲ୍ୟଠାରୁ ମଧ୍ୟ ଅଧିକ। ଅମ୍ବାନୀ ପରିବାରର ମଲ୍‌ରେ ଖୋଲିଥିବା ଏହି ଷ୍ଟୋରର ମାସିକ ଭଡ଼ା ଜାଣି ଲୋକେ ଚକିତ ହୋଇଯିବେ। ଆପଲ୍ ଷ୍ଟୋରର ଶୁଭାରମ୍ଭରେ ଅଭିନେତ୍ରୀ ମୌନୀ ରୟ ତାଙ୍କ ସ୍ୱାମୀଙ୍କ ସହ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ମାଧୁରୀ ଦୀକ୍ଷିତ, ଅରମାନ ମଲିକ, ନେହା ଧୁପିଆ ଏବଂ ବୋନି କପୁର ମଧ୍ୟ ନଜର ଆସିଥିଲେ।

‘ରିଲାୟନ୍ସ ଜିଓ ୱାର୍ଲ୍ଡ ଡ୍ରାଇଭ୍‌ ମଲ୍‌’ରେ ଖୋଲିଥିବା ଆପଲ୍‌ କମ୍ପାନୀର ଷ୍ଟୋର ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଛି। ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଏନର୍ଜୀ ଏଫିସିଏଣ୍ଟ ଡିଜାଇନ୍‌ରେ ତିଆରି ହୋଇଥିବା ଏହି ଷ୍ଟୋରର ମାସିକ ଭଡ଼ା ୪୨ ଲକ୍ଷ ଟଙ୍କା। ମୁମ୍ବଇରେ ଅମ୍ବାନୀ ମାଲିକାନା ମଲ୍ ପ୍ରାୟ ୨୦,୮୦୦ ବର୍ଗଫୁଟ ଜାଗା ପାଇଁ ଆପଲ୍ ସହିତ ୧୧ ବର୍ଷର ଚୁକ୍ତି କରିଥିବା ଜଣାପଡ଼ିଛି। ପ୍ରତି ୩ ବର୍ଷରେ ଷ୍ଟୋର୍‌ର ଭଡ଼ା ୧୫ ପ୍ରତିଶତ ବୃଦ୍ଧି ପାଇବ ଏବଂ କମ୍ପାନୀ ପ୍ରଥମ ତିନି ବର୍ଷ ପାଇଁ ୨ ପ୍ରତିଶତ ରାଜସ୍ୱ ଅଂଶଧନ ସହିତ ୪୨ ଲକ୍ଷ ଟଙ୍କା ମାସିକ ଭଡ଼ା ଦେବ।

- Advertisement -


ନିକଟରେ ଆପଲ୍ ସିଇଓ ଟିମ୍ କୁକ୍ ଷ୍ଟୋରର ଉଦଘାଟନ କରିଛନ୍ତି। ଏହି ଷ୍ଟୋର୍‌ ଖୋଲିବା ସହିତ ଟିମ୍ କୁକ୍ ନିଜେ ଗ୍ରାହକମାନଙ୍କୁ ଉତ୍ସାହର ସହ ସ୍ୱାଗତ କରିଥିଲେ। ଏଥି ସହିତ ଅନେକ ସେଲିବ୍ରିଟି ସାମାଜିକ ଗଣମାଧ୍ୟମରେ ସିଇଓ ଟିମ୍ କୁକଙ୍କ ସହ ଫଟୋ ଶେୟାର କରିଥିଲେ, ଯାହା ଖୁବ୍‌ ଭାଇରାଲ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories