www.samajalive.in
Saturday, December 6, 2025
19.1 C
Bhubaneswar

ଅମୃତସର ବିମାନ ବନ୍ଦରରୁ ଅମୃତପାଲ ସିଂଙ୍କ ପତ୍ନୀଙ୍କୁ ପଞ୍ଜାବ ପୁଲିସ ହେପାଜତକୁ ନେଲା– ଲଣ୍ଡନ ଯିବା ପାଇଁ କରିଥିଲେ ଯୋଜନା

ଅମୃତସର- ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ପତ୍ନୀଙ୍କୁ ଗୁରୁବାରରେ ଅମୃତସର ବିମାନବନ୍ଦରରୁ ନିଜ ହେପାଜତକୁ ପଞ୍ଜାବ ପୁଲିସ ନେଇଛି । ସେ ଲଣ୍ଡନ ଯିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ତାଙ୍କୁ ଅଟକ ରଖିଛି । ଏବେ ତାଙ୍କୁ ପୁଲିସ ପଚରା ଉଚରା କରୁଛି ।

ଅମୃତପାଲଙ୍କ ସ୍ତ୍ରୀ କିରଣଦୀପଙ୍କ ବିରୋଧରେ ଏବେ କୌଣସି ମାମଲା ରୁଜୁ କରାଯାଇନାହିଁ । କିରଣଦୀପ ଲଣ୍ଡନରେ ରୁହନ୍ତି ସେ ଉଗ୍ରବାଦୀ ଗୋଷ୍ଠୀ ବାବର ଖାଲସାର ସକ୍ରିୟ ସଦସ୍ୟ ବୋଲି ପଞ୍ଜାବ ପୁଲିସ ଏବଂ କୌଣସି ଗୁଇନ୍ଦା ସଂସ୍ଥା ନିକଟରେ କୌଣସି ପ୍ରମାଣ ନଥିବା କଥା କୁହାଯାଉଛି । ହେଲେ ତାଙ୍କୁ ଆଇନଗତ ବ୍ୟବସ୍ଥା ଅନୁସାରେ   ଅଟକ ରଖାଯାଇଥିବା   କୁହାଯାଇଛି । ଫେରାର ଅପରାଧୀଙ୍କ ସମ୍ପର୍କୀୟଙ୍କୁ ପଚରା ଉଚରା ପାଇଁ ପୁଲିସ ଅଟକ ରଖିପାରେ ।

- Advertisement -

ଅମୃତପାଲ ସିଂ ବାରିସ୍‌ ଦେ ପଞ୍ଜାବ ସଙ୍ଗଠନର ମୁଖ୍ୟ । ଏହା ସହ ସେ ଅଲଗା ଖାଲିସ୍ତାନ ଦେଶ ଦାବି କରୁଛନ୍ତି । ପୁଲିସ ଥାନା ଉପରେ ଆକ୍ରମଣ କରିବା ସହ ସେ କେତକ ଅଭିଯୁକ୍ତଙ୍କୁ ଜବରଦସ୍ତି ଛଡାଇ ନେଇଥିଲେ । ଏହାପରେ ତାଙ୍କ ଉପରେ ମାମଲା ରୁଜୁ କରାଯାଇଥିଲା ।

ଅମୃତପାଲି ନିଜର କିଛି ସମର୍ଥକଙ୍କ ସହାୟତାରେ ଫେରାର ହେବାରେ ସଫଳ ହୋଇଛନ୍ତି । ଚଳିତ ବର୍ଷ ଅମୃତପାଲ ୟୁକେର ପ୍ରବାସୀ କିରଣଦୀପଙ୍କୁ ବିବାହ କରିଥିଲେ । ତାଙ୍କୁ ବିଦେଶରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ପାକିସ୍ତାନର ଆଇଏସ୍‌ଆଇ ସହ ତାଙ୍କର ସମ୍ପର୍କ ଥିବା ଯାଞ୍ଚ ବେଳେ ପ୍ରମାଣ ମିଳିଛି ।ସେ ଏକ ପ୍ରାଇଭେଟ୍‌ ଆର୍ମି ତିଆରି କରୁଥିଲେ । ଆନନ୍ଦପୁର ଖାଲସା ଫୋର୍ସ ତିଆରି ରି ପାକିସ୍ତାନରୁ ବେଆଇ ଅସ୍ତ୍ରଶସ୍ତ୍ର ଆଣି ବିଭିନ୍ନ ନିଶାମୃକ୍ତ କେନ୍ଦ୍ର ଏବଂ ଗୁରୁଦ୍ୱାରାକୁ ବ୍ୟବହାର କରୁଥିବାର ପ୍ରମାଣ ମିଳିଛି । ମାନବ ବୋମା ତିଆରି ପାଇଁ ସେ ଯୁବକମାନଙ୍କୁ ପ୍ରୋତ୍ସାହିତ କରୁଥିଲେ ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories