www.samajalive.in
Sunday, December 14, 2025
15.1 C
Bhubaneswar

ଗ୍ରାମ୍ୟ ଜଙ୍ଗଲରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ,ମଲଦା ପଞ୍ଚାୟତବାସୀ ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ଼ :  ଝୁମ୍ପୁରା ତହସିଲ ଅଧିନ ମଲା ପଞ୍ଚାୟତର ମଲଦା ଓ କାଳିଆପାଳ ମୌଜାରେ ଅବସ୍ଥିତ ଗ୍ରାମ୍ୟ ଜଙ୍ଗଲ ଜମିରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବାଲେଣ୍ଟୋ ଏଣ୍ଟରପ୍ରାଇଜେସ୍‌‌ ନାମକ ଏକ ଘରୋଇ କମ୍ପାନୀ ପକ୍ଷରୁ ନିକଟରେ ଡିଜିପିଏସ୍‌‌ ସର୍ଭେ କାର୍ଯ୍ୟ କରାଯାଇ ଏକାଧିକ ଖୁଣ୍ଟ ମଧ୍ୟ ପୋଯାଇଛି । ଖୁଣ୍ଟ ପୋତା ଶେଷ ହେବାପରେ ଏବେ ରାଜସ୍ୱ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ସର୍ଭେ ହୋଇଥିବା ସ୍ଥାନ ଯାଞ୍ଚ କାର୍ଯ୍ୟ ଆରମ୍ଭ ହେବା ମଲଦା ଓ କାଳିଆପାଣି ଗ୍ରାମବାସୀ ଜାଣିବା ପରେ ଏହି ପ୍ରକଳ୍ପକୁ ବିରୋଧ କରିଛନ୍ତି । ସର୍ଭେ ହୋଇଥିବା ପ୍ରକଳ୍ପ ଗ୍ରାମ୍ୟ ଜଙ୍ଗଲ ହୋଇଥିବା ବେଳେ ଏହି ଜଙ୍ଗଲ ଉପରେ  ନିର୍ଭର କରି ପୁରୁଷ ପୁରୁଷ ଧରି ସ୍ଥାନୀୟ ଅଧିବାସୀ ଓ ବନବାସୀ ବେଶ୍‌‌ ନିର୍ଭରଶୀଳ। ଏପରିକି ପ୍ରକଳ୍ପ ପାଇଁ ଚିହ୍ନଟ ସ୍ଥାନର ନିମ୍ନ ଭାଗରେ ଜଗଦଳା ଡ୍ୟାମ ଅବସ୍ଥିତ ଥିବାବେଳେ ଡ୍ୟାମ ଉପର ମୁଣ୍ଡରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜଗଦଳା ଡ୍ୟାମର ଜଳଧାରଣର କ୍ଷମତା ହ୍ରାସ ପାଇବା ସହ ବହୁ ଚୀରସ୍ରୋତା ଜଳଉତ୍ସ ମଧ୍ୟ ଲୋପ ପାଇବା ଆଶଙ୍କା ଥିବାରୁ ମଲଦା ସମେତ ସଦର ବ୍ଲକ କଣ୍ଡରାପଶି ପଞ୍ଚାୟତର ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବ ବୋଲି ମଲଦା ସରପଞ୍ଚ ଦିବାକର ନାଏକ କହିଛନ୍ତି। କେବଳ ସେତିକି ନୁହେଁ, ସର୍ଭେ ହୋଇଥିବା ସ୍ଥାନରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବହୁ ବିରଳ ବନ୍ୟପ୍ରାଣୀ ମଧ୍ୟ ସଙ୍କଟ ମଧ୍ୟ ଦେଇ ଗତି କରିବା ସହ ଲୋପ ପାଇବେ ଏହି ଆଶଙ୍କାକୁ ମଧ୍ୟ ଏହାଇ ଦିଆଯାଇନପାରେ ବୋଲି ସରପଞ୍ଚ ଶ୍ରୀ ନାଏକ କହିଛନ୍ତି । ଚିହ୍ନଟ ହୋଇଥିବା ସ୍ଥାନରେ ବନ ବିଭାଗ ପକ୍ଷରୁ ଓମ୍ବାଡସିରୁ ୫୦ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନାଣ୍ଡିଝରି ଝରଣା ଉପରେ ପଥର ବନ୍ଧ ବାନ୍ଧି ଭୂତଳ ଜଳଧାରଣ କ୍ଷମତା ବୃଦ୍ଧି ସମେତ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଟ୍ରେଞ୍ଚ ମଧ୍ୟ ଖେଳା ଯାଇଛି । ଏଭଳିସ୍ଥିତିରେ ସର୍ଭେ ହୋଇଥିବା ଉକ୍ତ ଗ୍ରାମ୍ୟ ଜଙ୍ଗଲରେ ନୂତନ ଭାବେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମଲଦା ଓ କାଳିଆପାଣି ମୌଜାର ଶତାଧିକ ପରିବାରର ଜୀବିକା ପ୍ରଭାବିତ ହେବାସହ ବିରଳ ବନ୍ୟପ୍ରାଣୀ ମଧ୍ୟ ସଙ୍କଟ ଦେଇ ଗତି କରିବାକୁ ଥିବାରୁ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ପଞ୍ଚାୟତବାସୀ ତୀବ୍ର ବିରୋଧ କରୁଛୁ ବୋଲି ସରପଞ୍ଚ ଶ୍ରୀ ନାଏକଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ସୋମବାର ପ୍ରଶାସନର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ମଲଦା ପଞ୍ଚାୟତରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦୁଇ ପ୍ରମୁଖ ଘରୋଇ କମ୍ପାନୀ ପକ୍ଷରୁ ୧୦୦ଏକରରୁ ଅଧିକ ଜମି କିଣା ସରିଥିଲେ ହେଁ ଏପର୍ଯ୍ୟନ୍ତ ଶିଳ୍ପ ପ୍ରତିଷ୍ଠା ପାଇଁ ସାମାନ୍ୟ କାର୍ଯ୍ୟ ଆରମ୍ଭ ହେଉନଥିବା ବେଳେ ଗ୍ରାମ୍ୟ ଜଙ୍ଗଲ ଜମିକୁ କାହା ସ୍ୱାର୍ଥରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଉଛି ସେ ନେଇ ସରପଞ୍ଚ ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି। ତେବେ ପଞ୍ଚାୟତବାସୀ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରୁନାହାନ୍ତି, ସର୍ବସାଧାରଣ ବ୍ୟବହୃତ ସ୍ଥାନ ବାଦ୍‌‌ ଦେଇ ଘରୋଇ ଜମି କ୍ରୟ କରି ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଉଦ୍ୟମ ହେଲେ ଏଥିନିମନ୍ତେ ପଞ୍ଚାୟତବାସୀ ସମସ୍ତ ସହଯୋଗ ଯୋଗାଇ ଦେବେବୋଲି ସରପଞ୍ଚ ଶ୍ରୀ ନାଏକ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories