www.samajalive.in
Sunday, December 7, 2025
18.1 C
Bhubaneswar

ରାସ୍ତା ଉପରେ ବ୍ୟକ୍ତିଗତ ପାଚେରୀ; ବନ୍ଦୀ ପ୍ରାୟ ପଡ଼ାବାସୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଦୁଲମପୁର ଗ୍ରାମର ହରିଜନ ପଡ଼ାର ଜଣେ ବ୍ୟକ୍ତି ପଡ଼ାର ସର୍ବସାଧାରଣ ରାସ୍ତାରେ ପାଚେରୀ ତୋଳି ରାସ୍ତା ଅବରୋଧ କରିଛନ୍ତି। ରାସ୍ତାର ବ୍ୟବସ୍ଥା କରିବାକୁ ପଡ଼ାବାସୀ ଅତାବିରା ତହସିଲଦାରଙ୍କ ନିକଟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ପଡ଼ାବାସୀଙ୍କ କହିବା ଅନୁଯାୟୀ, ଦୁଲମପୁର ରାଜ୍ୟ ରାଜପଥରୁ ୨୫ରୁ ୨୭ ଫୁଟର ଏକ ରାସ୍ତା ହରିଜନ ପଡ଼ାକୁ ସଂଯୋଗ କରିଛି। ସେହି ରାସ୍ତା ଦେଇ ପଡ଼ାବାସୀ ଦୀର୍ଘଦିନ ଧରି ଯିବା ଆସିବା କରୁଛନ୍ତି। କିନ୍ତୁ ସେଠାରେ ଥିବା ସୁରେଶ ଛୁରିଆ ନାମକ ଜଣେ ବ୍ୟକ୍ତି ଉକ୍ତ ରାସ୍ତାକୁ ନିଜର ପୈତୃକ ସଂପତ୍ତି ବୋଲି କହି ରସ୍ତା ମଝିରେ ଏକ ପାଚେରୀ ଦେଇଛନ୍ତି। ଫଳରେ ପଡ଼ାବାସୀ ରାସ୍ତା କଡ ଦେଇ ଯାଇଥିବା ନାଳ ରାସ୍ତାକୁ ସଫା ସୁତୁରା କରି ଯିବା ଆସିବା କରୁଥିଲେ। କିନ୍ତୁ ସେହି ରାସ୍ତାକୁ ମଧ୍ୟ ସେ କାଠ ଓ ବାଉଁଶର ବାଡ ଦେଇ ଅବରୋଧ କରି ରଖିଛନ୍ତି । ପରିଣାମସ୍ବରୂପ ପଡ଼ାବାସୀ ଏକ ପ୍ରକାର ବନ୍ଦୀ ଅବସ୍ଥାରେ ରହୁଛନ୍ତି। ପଡ଼ାକୁ ଚାରି ଚକିଆ ଯାନ ମଧ୍ୟ ଯାଇପାରୁ ନାହିଁ। ଦୁର୍ଭାଗ୍ୟବଶତଃ ଯଦି କୌଣସି ବ୍ୟକ୍ତିର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୁଏ, ତେବେ ଆମ୍ବୁଲାନ୍ସ ମଧ୍ୟ ଯାଇପାରିବ ନାହିଁ। ତେଣୁ ତାଙ୍କ ପାଇଁ ରାସ୍ତାର ସୁବ୍ୟବସ୍ଥା କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି ପଡ଼ାବାସୀ। ଏହି ଦାବିପତ୍ର ପ୍ରଦାନ ସମୟରେ ପଡ଼ାର ଉମାକାନ୍ତ ବାଗ, ମଞ୍ଜୁ ଗର୍ଦିଆ, ମୀନା ଭାଏନା, ଝୁମି ଭଏନା, ସେବକ ତାଣ୍ଡି, କୈଳାଶ ଭଏନା, ଗୋପାଳ ବାଦି, ଅମୃତ ପାଇକ, ବାସନ୍ତୀ ହରିପାଲ ତଥା ପଡ଼ାର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories