www.samajalive.in
Sunday, December 14, 2025
23.1 C
Bhubaneswar

ବୁଦ୍ଧିଜୀବୀ ସଂଘ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

ଆଠଗଡ :  ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘ ଆନୁକୁଲ୍ୟରେ ରବିବାର ସଂଘ କାର୍ଯ୍ୟାଳୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କଟକ ସିଡିଏସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ସହାୟତାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଇଂ ଶିିବପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ନଗରପାଳ ସସ୍ମିତା ରାଉତ ଉଦ୍‌‌ଘାଟନ କରିଥିଲେ। ଚକ୍ଷୁ ମଣିଷ ଶରୀରର ସର୍ବଶ୍ରେଷ୍ଠ ଅଙ୍ଗ ଏବଂ ଏହାର ଯତ୍ନ ନେବା ନିହାତି ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ବୁଦ୍ଧିଜୀବୀ ସଂଘ ଦ୍ୱାରା ଆୟୋଜିତ ଏହି ଚକ୍ଷୁ ଚିକିତ୍ସା ଶିବିରରେ ଆଠଗଡ ଅଞ୍ଚଳର ବହୁ ବରିଷ୍ଠ ନାଗରିକ ଉପକୃତ ହୋଇ ପାରିବେ ବୋଲି ଶ୍ରୀମତୀ ରାଉତ ଆଶାବ୍ୟକ୍ତ କରିଥିଲେ । ଏହି ଶିବିରରେ ମୋଟ ୮୬ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକତା ଅନୁଯାୟୀ ସଂଘ ପକ୍ଷରୁ ମାଗଣାରେ ଚଷମା ଓ ଔଷଧ ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିବା ସଭାପତି ଶ୍ରୀ ପଣ୍ଡାଙ୍କ ସୁତ୍ରରୁ ପ୍ରକାଶ। ସଂଘର ଉପସଭାପତିି ଇଂ ପ୍ରଭାତ ମିଶ୍ର, ସଂପାଦକ ଗିିରିଶ କୁମାର ମିଶ୍ର, ସଂଗଠନର ସଂପାଦକ ହେମନ୍ତ କୁମାର ମହାନ୍ତି, କୋଷାଧ୍ୟକ୍ଷ ଅନନ୍ତ ଦାସ, ବରିଷ୍ଠ ସଦସ୍ୟ ସୁନିଲ କୁମାର ମହାନ୍ତି, ସଦାନନ୍ଦ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ରୋଟାରୀ ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ଚିକିତ୍ସା ସହାୟକ ସୁପ୍ରଭାତ ବେହେରା, ଶିବିର ପରିଚାଳକ ପରେଶ କୁମାର ସାହୁ, ଚକ୍ଷୁ ସେବିକା ବିନୋଦିନୀ ଦାସ, ବିଳାସିନୀ ଦାସ ଓ ସହାୟକ ମନୋଜ କୁମାର ନାୟକ ପ୍ରମୁଖ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories