www.samajalive.in
Sunday, December 14, 2025
18.1 C
Bhubaneswar

ଆଠଗଡ ଖଣ୍ଡାୟତ ସମାଜର ବୈଠକ

ଆଠଗଡ : ଆଠଗଡ ଖଣ୍ଡାୟତ ସମାଜର ଏକ ବୈଠକ ରବିବାର ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀପ କୁମାର ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଠଗଡ ସହର ଓ ବିଭିନ୍ନ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଖଣ୍ଡାୟତ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଓଡିଶା ଏକ ଖଣ୍ଡାୟତ ସମାଜ ବହୁଳ ରାଜ୍ୟ ହୋଇଥିବାବେଳେ ଖଣ୍ଡାୟତମାନେ ସଂଗଠିତ ହୋଇପାରୁନଥିବାରୁ ସେମାନଙ୍କର ନ୍ୟାଯ୍ୟ ଦାବିି ଠିକ୍‌‌ ଭାବେ ଉପସ୍ଥାପନ କରାଯାଇ ପାରୁନାହିଁ। ବିଗତ ଦିନଗୁଡିକରେ ଆୟୋଜନ ହେଉଥିବା ଖଣ୍ଡାୟତ ମହାସଭା ଏବେ ସୁପ୍ତ ଅବସ୍ଥାରେ ରହିଛି। ଏହାକୁ କ୍ରୀୟାଶୀଳ ଓ ସଂଗଠିତ କରିବା ଲାଗି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରୟାସ ଆରମ୍ଭ ହୋଇଥିବାରୁ ଆଠଗଡ ଅଞ୍ଚଳରେ ମଧ୍ୟ ଏହାକୁ ସଂଗଠିିତ କରିବା ଲାଗି ଏହି ବୈଠକରେ ସହମତି ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବା ଲାଗି ଉପସ୍ଥିତ ସଦସ୍ୟ ଆହ୍ୱାନ ଜଣାଇଥିଲେ। ଆଗାମୀ ଦିନରେ ଏହି ସଂଗଠନରେ ଅଧିକରୁ ଅଧିକ ଖଣ୍ଡାୟତ ସମାଜ ଲୋକଙ୍କୁ ଯୋଡିବା ଲାଗି ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରିବାକୁୁ ଦିଲ୍ଲୀପ କୁମାର ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞା ପାରମିତା ଭଞ୍ଜ, ରଞ୍ଜିତା ଭକ୍ତା, ବ୍ରହ୍ମାନନ୍ଦ ଲେଙ୍କା, ସଂଜୟ ମହାନ୍ତି, ସୁରେଶ ଚନ୍ଦ୍ର ପରିଡା, ଜ୍ଞାନଦତ୍ତ ସ୍ୱାଇଁ, ପତିତ ପାବନ ରାଉତ, ତନ୍ମୟ ଦାସ, ତ୍ରିଲୋଚନ ସାହୁ, ଅଶୋକ କୁମାର ପ୍ରଧାନ, ପ୍ରଦୀପ ମହାନ୍ତି ଓ ବିନୋଦ କୁମାର ବେଉରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories