www.samajalive.in
Friday, December 12, 2025
27.1 C
Bhubaneswar

ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଉପରେ ଅନୁପ୍ରାଣିତ ବହୁଭାଷୀ ଚଳଚ୍ଚିତ୍ର ‘ସାର ମାଡାମ ସରପଞ୍ଚ’

ଡେସ୍କ: ପୁଣି ଚର୍ଚ୍ଚାରେ ଗଂଜାମ ଜିଲ୍ଲାର ଆରତୀ ଦେବୀ। ଜଣେ ଉଚ୍ଚ ଶିକ୍ଷିତା ଓ ସ୍ୱଚ୍ଛଳ ବ୍ୟାଙ୍କ ଚାକିରି ଛାଡି ରାଜନୀତିରେ ପ୍ରବେଶ କରି ୨୦୧୨ ମସିହାରେ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ମହିଳା ସରପଞ୍ଚ ଆରତୀ ଦେବୀଙ୍କ ସ୍ଲୋଗାନ ଥିଲା – ଟିପ ଚିହ୍ନ ନୁହେଁ ଦସ୍ତଖତ ଦିଅl ନାରୀ ଶିକ୍ଷା ଓ ମହିଳା ଗ୍ରାମସଭା ଭଳି କାର୍ଯ୍ୟ ହାତକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଦୀର୍ଘ ବର୍ଷ ପରେ ଆରତୀ ଦେବୀଙ୍କ ଆଦର୍ଶ ଓ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏକ ବହୁଭାଷୀ ଚଳଚ୍ଚିତ୍ର ‘ସାର ମ୍ୟାଡ଼ମ ସରପଞ୍ଚ’ ମୁକ୍ତିଲାଭ କରିଛି।

ପ୍ରବୀନ ମୋର୍ଚ୍ଚଲେଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚିତ୍ରରେ ଆରତୀ ଦେବୀଙ୍କ ଚରିତ୍ରକୁ ହଲିଉଡ଼ ଷ୍ଟାର ଆରର୍ୟାନା ସଜନାନୀ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି ଓ ସୀମା ବିଶ୍ୱାସଙ୍କ ଭଳି ଜଣେ ଉଚ୍ଚକୋଟୀର ଅଭିନେତ୍ରୀଙ୍କ ଅଭିନୟ ମଧ୍ୟ ଚଳଚ୍ଚିତ୍ରକୁ ଆହୁରି ଦର୍ଶନୀୟ କରିଛି। ଏହି ଚଳଚ୍ଚିତ୍ର ୪ଟି ଭାଷାରେ ନିର୍ମାଣ ହୋଇ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିବା ବେଳେ ଓଡ଼ିଆ ଭାଷାରେ ଖୁବଶୀଘ୍ର ମୁକ୍ତିଲାଭ ହେବାକୁ ଯାଉଛି। ଆରତୀ ଦେବୀ ଯାହାଙ୍କ କାର୍ଯ୍ୟକାରିତାକୁ ନେଇ ଫିଲ୍ମ ‘ସାର ମ୍ୟାଡାମ ସରପଞ୍ଚ’ ନିର୍ମାଣ ହୋଇଛି କହିଛନ୍ତି ଯେ; ନାରୀ ମାନେ ସବୁ କରିପାରିବେ କେବଳ ମନରେ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ ଓ ଏହି ଚଳଚ୍ଚିତ୍ର ଆପଣଙ୍କ ତାର ଏକ ଦିଗଦର୍ଶନ ଦେବ।

- Advertisement -

ଓଡ଼ିଆ ଭାଷାରେ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଥିବା “ସାର ମ୍ୟାଡାମ ସରପଞ୍ଚ” ଖବରକୁ ନେଇ ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବ୍ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମାଜସେବୀ ନମ୍ରତା ଚଢ଼ା, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀଙ୍କ ସହିତ ପୂର୍ବତନ ସର୍ବ କନିଷ୍ଠା ସରପଞ୍ଚ ଆରତୀ ଦେବୀ ଉପସ୍ଥିତ ଥିଲେ। ଓଡ଼ିଶାରେ ପୂର୍ବରୁ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗୁଡିକୁ ଯେପରି ଲୋକ ପସନ୍ଦ କରିଥିଲେ ଏବଂ ଆମ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଥିଲେ ସେହିପରି ଏହି ଚଳଚ୍ଚିତ୍ରଟିକୁ ମଧ୍ୟ ଦୃଷ୍ଟି ଦେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories