www.samajalive.in
Sunday, December 7, 2025
26.1 C
Bhubaneswar

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୧୨ ମୃତ

ମୁମ୍ବଇ : ମହାରାଷ୍ଟ୍ରର ରାଏଗଡରେ ଶନିବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଏକ ବସ୍‌‌ ହଠାତ୍‌‌ ଖାତ ମଧ୍ୟକୁ ଖସି ଯିବାରୁ ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ୨୫ ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଠିକ୍‌‌ ପରେ ସ୍ଥାନୀୟ ଲୋକେ ବସରେ ଥିବା ଅନ୍ୟ ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ।
ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏକ ଘରୋଇ ବସ ପୁଣେ ରୁ ମୁମ୍ବଇ ଅଭିମୁଖେ ଯାଉଥିଲା। ମୁମ୍ବଇ-ପୁଣେ ହାଇୱେରେ ଏକ ମନ୍ଦିର ନିକଟରେ ଏହି ବସ୍‌‌ଟି ଅନିୟନ୍ତ୍ରିତ ହୋଇ ରାସ୍ତାରୁ ତଳକୁ ଖସି ଖାତକୁ ଖସି ପଡିଥିଲା। ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ଖବର ପାଇବା ମାତ୍ରେ ପୁଲିସ, ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ଆହତଙ୍କ ଚିକିତ୍ସା କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

 

- Advertisement -

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories