www.samajalive.in
Saturday, December 13, 2025
14.1 C
Bhubaneswar

ଯୋଗ ଶିବିର ଉପରେ ଆକ୍ରମଣ: ୨ମୃତ, ୭ରୁ ଊର୍ଦ୍ଧ୍ବ ଆହତ

ଫ୍ଲୋରିଡ଼ା: ଫ୍ଲୋରିଡା ରାଜଧାନୀ ତାଲାହାସିଠାରେ ଏକ ଯୋଗ ଶିବିର ଉପରେ ଜଣେ ଆତତାୟୀ ଆଖିବୁଜା ଗୁଳି ଚାଳନା କରିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣରୁ ଊଦ୍ଧ୍ୱର୍ ଆହତ ହୋଇଥିବା ସୂଚନା ମିଳଛି। ଲୋକଙ୍କୁ ହତ୍ୟା କରିବା ପରେ ଆତତାୟୀ ଆତ୍ମହତ୍ୟା କରିଛି।
ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ୫ଟା ୪୭ ମିନିଟରେ ଆତତାୟୀ ଆକ୍ରମଣ ହୋଇଥିବା ପୁଲିସ ଷ୍ଟେସନ୍‍କୁ ସୂଚନା ମିଳିଥିଲା। ପୁଲିସ ଘଟଣା ସ୍ଥଳକୁ ଯିବା ପରେ ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା। ଆତତାୟୀ ଗୁଳିରେ ଦୁଇ ଜଣଙ୍କ ମୃତ ଶରୀର ଯୋଗ ଶିବିରରେ ପଡ଼ିଥିବା ଦେଖାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୫ ଜଣଙ୍କୁ ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି। ସେଠାରେ ଆହୁରି କିଛି ଆହତ ଥିବା ଜଣାପଡ଼ିଛି। ଘଟଣାର ପାରିପାଶ୍ୱିର୍କ ସ୍ଥିତିକୁ ଦେଖିବା ପରେ ଆତତାୟୀ ସହିତ ଯୋଗଶିବିରରେ ଥିବା ଲୋକମାନେ ଆତ୍ମରକ୍ଷା ପାଇଁ ସଂଘର୍ଷ ହୋଇଥିବା ଅନୁମାନ କରାଯାଉଛି।

Hot this week

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

Related Articles

Popular Categories