www.samajalive.in
Saturday, December 6, 2025
23.1 C
Bhubaneswar

କଂଗ୍ରେସରେ ସାମିଲ ହେଲେ କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଙ୍ଗପ୍ପା ସାୱାଡ଼ି ଶୁକ୍ରବାର କଂଗ୍ରେସରେ ସାମିଲ ହୋଇଛନ୍ତି। କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ଏନେଇ ସୂଚନା ଦେଇଛନ୍ତି।

କଂଗ୍ରେସ ସଭାପତି ଡିକେ ଶିବକୁମାର କହିଛନ୍ତି ଯେ, ଲକ୍ଷ୍ମଣ ସାୱାଡ଼ିଙ୍କ ସହ ମୋର ଦୀର୍ଘ ସମୟ ଆଲୋଚନା ହୋଇଛି। ସେ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି। କୌଣସି ସର୍ତ୍ତ ନାହିଁ, ସେ ଜଣେ ବରିଷ୍ଠ ନେତା, ସେ ଅନୁଭବ କରୁଛନ୍ତି ଯେ ତାଙ୍କୁ ବିଜେପିରେ ଅପମାନିତ କରାଯାଇଛି ଏବଂ ଏପରି ନେତାଙ୍କୁ କଂଗ୍ରେସ ଦଳକୁ ଆଣିବା ଆମର କର୍ତ୍ତବ୍ୟ। କଂଗ୍ରେସ ନେତା ସିଦ୍ଧାରମୈୟା କହିଛନ୍ତି, ସାୱାଡ଼ିଙ୍କର ଗୋଟିଏ ସର୍ତ୍ତ ରହିଛି, ତାହା ହେଉଛି ତାଙ୍କ ସହ ଉଚିତ୍‌ ବ୍ୟବହାର ହେଉ। ସାୱାଡ଼ିଙ୍କୁ ଅଥାନୀ ଟିକେଟ୍ ଦିଆଯିବ। ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ଏବଂ ମୁଁ ଆଶା କରୁଛି ସେ ବିଜୟୀ ହେବେ।

- Advertisement -


ସୂଚନାଯୋଗ୍ୟ, ଅଥାନୀ ନିର୍ବାଚନ ମଣ୍ଡଳୀରୁ ଟିକେଟ ନମିଳିବାକୁ ନେଇ ଅସନ୍ତୋଷ ଥିବା ଲକ୍ଷ୍ମଣ ସାୱାଡ଼ି ଏପ୍ରିଲ ୧୨ରେ ବିଧାନ ପରିଷଦ ସଦସ୍ୟ ଓ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories