www.samajalive.in
Friday, December 12, 2025
16.1 C
Bhubaneswar

ବଡ଼ଡେରା ତାରିଣୀ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି 

କେନ୍ଦୁଝରଗଡ଼: କେନ୍ଦୁଝର ସହର ମଣ୍ଡୁଆ ନିକଟସ୍ଥ ବଡଡେରା ତାରିଣୀ ମନ୍ଦିର ପୀଠରେ ୩୪ତମ ମହାବିଷୁବ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ଶୁକ୍ରବାର ପାଳିତ ହୋଇଯାଇଛି। ଭୋରରୁ ମା’ଙ୍କ ଯଥାରୀତି ପୂଜାର୍ଚ୍ଚନା ପରେ ଅପରାହ୍ନରେ ସହସ୍ରାଧିକ ଭକ୍ତଙ୍କୁ ପଣା ସହ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅନ୍ନପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସନ୍ତୋଷ କୁମାର ନାୟକ, ପୂର୍ବତନ ସାଂସଦ ତଥା ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ପୂର୍ବତନ ସଦର ବିଧାୟକ ଇଂ ସୁବର୍ଣ୍ଣ ନାଏକ ପ୍ରମୁଖ ଯୋଗଦେଇ ମା’ଙ୍କ ସାନ୍ନିଧ୍ୟ ଲାଭ କରିଥିଲେ। ମନ୍ଦିର ପରିଚାଳନା ସମିତି ସଭାପତି ଅଶୋକ କୁମାର ବାନାର୍ଜି, ସମ୍ପାଦକ ଭଦ୍ରୁ ନାଏକ, ସହସମ୍ପାଦକ ବିପିନ ବିହାରୀ ଜେନା ଓ ବ୍ରଜେନ୍ଦ୍ର ପ୍ରସାଦ ସିହ୍ନା, କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ବିଶ୍ୱାଳ, ସହସମ୍ପାଦକ କଙ୍କଣ ବାନାର୍ଜି, ପ୍ରତୁଲ ନାଏକ, ସୁନୀଲ ନାଏକ, ପ୍ରଭାତ ରଞ୍ଜନ ଭୂୟାଁ, ରବୀନ୍ଦ୍ର କୁମାର ଚକ୍ରବର୍ତ୍ତୀ, ଉପଦେଷ୍ଟା ମାୟାଧର ସାହୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମା’ଙ୍କ ବାର୍ଷିକୋତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝରର ଭଜନ ଗ୍ରୁପ ପକ୍ଷରୁ ମନ୍ଦିର ପରିସରରେ ଭଜନ ପରିବେଷଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories