www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦୁଝରରେ ମହାବୀର ଜୟନ୍ତୀ ଓ ପଣାସଂକ୍ରାନ୍ତି

କେନ୍ଦୁଝରଗଡ଼: କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ଶୁକ୍ରବାର ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଓଡ଼ିଆ ନବବର୍ଷ ଓ ପଣାସଂକ୍ରାନ୍ତି ଅବସରରେ ସହରର ପ୍ରମୁଖ ଦେବାଦେବୀ ପୀଠରେ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଛି। ପୁରୁଣାବଜାର ସିଦ୍ଧମଠସ୍ଥିତ ହନୁମାନ ମନ୍ଦିର, ରାଜଉଆସ ପରିସରସ୍ଥିତ ଗଡ଼ତାରିଣୀ ପୀଠ, ପାୱାରହାଉସ ରୋଡ଼ସ୍ଥିତ ହନୁମାନ ମନ୍ଦିର, ଲାବଣ୍ୟଛକ, ଟେଲିଫୋନ ଏକ୍ସଚେଞ୍ଜଛକ, ନିୟୁକଲୋନୀ, ମଣ୍ଡୁଆ, କାଶୀପୁରସ୍ଥିତ ପ୍ରଭୁ ମହାବୀରଙ୍କ ମନ୍ଦିରରେ ଜୟନ୍ତୀ ଉତ୍ସବ ଧୁମ୍‌‌ଧାମରେ ପାଳିତ ହୋଇଯାଇଛି। ଲାବଣ୍ୟ ଛକଠାରେ ପ୍ରଭୁ ଶ୍ରୀ ଶ୍ରୀ ହନୁମାନଙ୍କ ୨୮ତମ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କେନ୍ଦୁଝର ସହର ବଡଡେରାସ୍ଥିତ ତାରିଣୀ ମନ୍ଦିର ପରିସର ଏବଂ ମଣ୍ଡୁଆ ହନୁମାନ ମନ୍ଦିରରେ ପଣା ସଂକ୍ରାନ୍ତି ମହାସମାରୋହରେ ପାଳିତ ହେବା ସହ ସହସ୍ରାଧିକ ଭକ୍ତଙ୍କୁ ପଣା ଓ ଅନ୍ନପ୍ରସାଦ ବଣ୍ଟନ କରାଯାଇଛି। ସହର ଉପକଣ୍ଠ ରାଇସୁଆଁ ହନୁମାନ କମିଟି ପକ୍ଷରୁ ହନୁମାନ ଜୟନ୍ତୀ ପାଳନ ଅବସରରେ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ସେହିପରି ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁ ହନୁମାନ ମନ୍ଦିରରେ ମଧ୍ୟ ଧୁମ୍‌‌ଧାମରେ ହନୁମାନ ଜୟନ୍ତୀ ଉତ୍ସବ ପାଳିତ ହେବା ସହ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାରମ୍ପରିକ ନୃତ୍ୟ ଗୀତରେ ହନୁମାନ ଝଣ୍ଡା ସହର ଶୋଭାଯାତ୍ରାରେ ପରିକ୍ରମା କରିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories