www.samajalive.in
Sunday, December 7, 2025
14.1 C
Bhubaneswar

ମୋହନା ମେଡିକାଲରେ ଲାଗିଲା ନିଆଁ,ଆୟତ କଲେ ଅଗ୍ନିଶମ ବାହିନୀ

ମୋହନା : ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ। ବିଦ୍ୟୁତ ସର୍ଟ ସର୍କିଟରୁ ଘଟିଛି ଅଗ୍ନିକାଣ୍ଡ । ଗଜପତି ଜ଼ିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପୂର୍ବାହ୍ନ ପ୍ରାୟ ୭ଟାରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅସ୍ତ୍ରୋପଚାର ଗୃହରେ ଥିବା ଅଟୋକ୍କେଭ ମେସିନ ଓ ଗର୍ଜକପଡାରେ ନିଆଁ ଲାଗିଯାଇଥିଲା । ଏହା ଦେଖି ରାତ୍ରକାଳୀନ ଦାୟିତ୍ଵରେ ରହିଥିବା ଷ୍ଟାପ ନର୍ସ ତପସ୍ଵିନୀ ନାୟକ ଡାକ୍ତର ଶିବରାମ ରାଓଙ୍କୁ ଖବର ଦେବାରୁ ସେ ସଙ୍ଗେ ସଙ୍ଗେ କେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ପଦାକୁ ବାହାର କରିବା ସହିତ ଅସ୍ତ୍ରୋପଚାର ଗୃହକୁ ଯାଇ ଉପସ୍ଥିତ ବୁଦ୍ଧି ଖଟାଇ ସେଠାରୁ ଗ୍ୟାସ ସିଲିଣ୍ଡରଟିକୁ ପଦାକୁ ନେଇ ଆସିଥିଲେ ଓ ନିଆଁ ଲିଭା ଯନ୍ତ୍ର ସାହାଯ୍ୟରେ ନିଆଁକୁ କିଛି ମାତ୍ରାରେ ଆୟତ୍ତ କରିଥିଲେ। ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories