www.samajalive.in
Thursday, December 11, 2025
16.1 C
Bhubaneswar

୪୨ ପ୍ଲାଟୁନ ପୁଲିସ ଫୋର୍ସ ସମ୍ଭାଳିବେ ସମ୍ବଲପୁର, ଆଜି କଟକଣା ମଧ୍ୟରେ ବାହାରିବ ଶୋଭାଯାତ୍ରା

ଡେସ୍କ: ସମ୍ବଲପୁର ସହରରେ ଦେଖାଦେଇ ଥିବା ଉତ୍ତେଜନାମୂଳକ ପରିସ୍ଥିତି ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି। ବାଇକ ଶୋଭାଯାତ୍ରା ବେଳେ ପୁଲିସ ଉପରକୁ ପଥର ମାଡ଼ରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ ମଧ୍ୟ ସହରରେ ଶାନ୍ତି ଫେରାଇ ଆଣିବା ଓ ଭାଇଚାରା ବଜାୟ ରଖିବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି। ଆଜି ସନ୍ଧ୍ୟାରେ ଶୋଭାଯାତ୍ରା ବାହାରିବାକୁ ଥିବାରୁ ସାରା ସହରରେ ୪୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଇତି ମଧ୍ୟରେ ସମ୍ବଲପୁର ଡିଆରଡିଏ ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଆୟୋଜିତ ହୋଇଛି। ଏଥିରେ ସହରର ବିଭିନ୍ନ କମିଟି ଯୋଗ ଦେଇଥିଲେ କିନ୍ତୁ ଏହି ବୈଠକକୁ ହନୁମାନ ଜୟନ୍ତୀ ସମନ୍ବୟ ସମିତି ଆସିନଥିଲା। ଆଜି ହେବାକୁ ଥିବା ଶୋଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ନିମନ୍ତେ ଜଣେ ଏସପି, ୯ଜଣ ଏଏସପି ଓ ୨୭ ଜଣ ଡିଏସପି ମୁତୟନ ରହିବେ ବୋଲି ସୂଚନା ମିଳିଛି।

- Advertisement -

ଏହା ଛଡା ପୁଲିସ ସିସିଟିଭି ଓ ଡ୍ରୋନ୍ ଜରିଆରେ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖିଥିବା ବେଳେ ପଥର ଫିଙ୍ଗା ଘଟଣାରେ ୪୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories