ଡେସ୍କ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏବଂ ଆହୁରି ୨ ଦିନ ଯାଏଁ ଏଭଳି ପରିସ୍ଥିତି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ କିଛିଦିନ ହେବ ରାଜ୍ୟର ପ୍ରାୟତଃ ସବୁ ଅଂଚଳରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ ଉପରେ ରହୁଛି। ଆଜି ପାଣିପାଗ ବିଭାଗ ୮ଟି ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି।
ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କେତେକ ଅଂଚଳରେ ଦିନ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ ଆଜି ସକାଳ ୮.୩୦ ମିନିଟ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୧.୮ ଡିଗ୍ରୀ ସେଲସିଅସ ରହିଛି।



