www.samajalive.in
Sunday, December 7, 2025
26.1 C
Bhubaneswar

ଝାରସୁଗୁଡ଼ା-ସରଡେଗା ରେଳପଥରେ କଟି ଯୁବକ ମୃତ

ବ୍ରଜରାଜନଗର : ଝାରସୁଗୁଡ଼ା-ସରଡେଗା ରେଳପଥର ସର୍ଗିମାଲଠାରେ ଗତ କାଲିରେ ଟ୍ରେନରେ କଟି ଜଣେ ଯୁବକ ମୃତୁବରଣ କରିଛନ୍ତି। ମୃତ ଯୁବକ ଜଣକ ହେଲେ ରାଜପୁର ଦେଓଗାଁର କିରଣ ସେଠ (୧୯)। ମୃତ ଯୁବକ ଜଣକ ହୀରାକୁଦରେ ରହୁଥିବା ବେଳେ କିଛି ଦିନ ହେଲା ନିଜ ଗ୍ରାମ ଦେଓଗାଁକୁ ଆସିଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଗତ କାଲି ରାତି ପ୍ରାୟ ୯.୩୦ ବେଳେ ଯୁବକ ଜଣକ ଟ୍ରେନରେ କଟି ଥିବା ନେଇ କୋଇଲା ପରିବହନକାରୀ ଟ୍ରେନର ଲୋକୋ ପାୟଲଟ ରେଳ ଷ୍ଟେସନକୁ ସୂଚନା ଦେଇଥିଲେ। ଏନେଇ ଖବର ପାଇବା ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଂଚିବା ପରେ ମୃତକଙ୍କ ପରିଚୟ ଜଣାପଡିଥିଲା। ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ଅପରପକ୍ଷରେ ଯୁବକ ଜଣକ ଗତ କାଲି ରାତିରେ ନିଜ ଗ୍ରାମକୁ ଯିବା ପାଇଁ ରେଳ ଲାଇନ ପାରି ହେଉଥିବା ବେଳେ ଅସାବଧାନତା ବଶତଃ ଟ୍ରେନରେ କଟି ଯାଇଥିବା ଜିଆରପି ଅନୁମାନ କରୁଛି। ତେବେ କେତେକ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories