www.samajalive.in
Friday, December 12, 2025
16.1 C
Bhubaneswar

ସିଙ୍ଗାରୀ ଏବଂ ଦେବଗିରୀ ସଂରକ୍ଷିତ ଜଙ୍ଗଲରେ ବ୍ୟାପୁଛି ନିଆଁ; ଜନ ଜୀବନ ପ୍ରଭାବିତ

କଲମପୁର : ପଶ୍ଚିମା ଝଡ଼ର ପ୍ରଭାବ ଯୋଗୁଁ ଦୀର୍ଘ ଏକମାସ ଧରି ବନାଗ୍ନି ନିୟନ୍ତ୍ରଣରେ ଥିଲା। କିନ୍ତୁ ଗତ ତିନ ଦିନ ଧରି ଗ୍ରୀଷ୍ମ ତାପ ବୃଦ୍ଧି ଯୋଗୁଁ କଲମପୁର ବନ ବିଭାଗ ଅଧିନସ୍ଥ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଏବଂ ଦେବଗିରୀ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ବିଭିନ୍ନ ସ୍ଥାନରେ ନିଆଁର ପ୍ରଭାବ ଦେଖିବାକୁ ମିଳୁଛି। ଗତ ଶୁକ୍ରବାର ଦିନ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଧିନସ୍ତ ଚୁରାଗାଁ ବନ୍ଧକନା ଅଂଚଳର ଜଙ୍ଗଲରେ ନିଆଁର ପ୍ରଭାବ ଦେଖିବାକୁ ମିଳିଥିଲା। ସେହିପରି ରବିବାର ଦେବଗିରୀ ଜଙ୍ଗଲର ଦେପୁର ଅଞ୍ଚଳରେ ନିଆଁ ଲାଗିଥିଲା। ମଙ୍ଗଳବାର ପୁଣି ଦେବଗିରୀ ସଂରକ୍ଷିତ ଜଙ୍ଗଲ ଅଧିନସ୍ତ ଘୋଡାବନ୍ଧା ଏବଂ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ଗୌଡକେନ୍ଦୁଗୁଡା ନିକଟସ୍ଥ ବଡ ଡଙ୍ଗର ଏବଂ ଭାଲୁଘାଟିରେ ନିଆଁର ପ୍ରକୋପ ଦେଖା ଦେଇଥିଲା। ତୁରନ୍ତ ଏ ସମସ୍ତ ନିଆଁକୁ ଆୟତ୍ତ କରିବା ପାଇଁ କଲମପୁର ବନପାଳଙ୍କ ଅଧୀନରେ ନିୟୋଜିତ ନିଆଁ ଲିଭାଳି ଦଳ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଲାଇନ କାଟି ଦେଇ ନିଆଁକୁ ବିଭିନ୍ନ ଗଛ ଡାଳରେ ପିଟି ଆୟତ୍ତ କରିବାରେ ସଫଳ ହେଇଥିଲେ। ବୁଧବାର ସକାଳେ ପୁଣି ଏହି ସମସ୍ତ ଜଙ୍ଗଲରେ ଲାଗିଥିବା ନିଆଁକୁ ନିଆଁ ଲିଭାଳି ଦଳ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି।

ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଜଙ୍ଗଲରେ ନିଆଁ ଲାଗିବାର ମୁଖ୍ୟ କାରଣ। ବର୍ତମାନ ମହୁଲ ଗୋଟାଇବାର ସମୟ। ମହୁଲ ଗଛ ତଳେ ପଡ଼ିଥିବା ପତ୍ରକୁ ପୋଡି ଦେଇ ନିଆଁ ଲିଭାଉ ନ ଥିବାରୁ ସେହି ନିଆଁ ଧିରେ ଧିରେ ଜଙ୍ଗଲ ପଟକୁ ଯାଇ ଜଙ୍ଗଲରେ ନିଆଁ ଲାଗୁଛି। ସେହିଭଳି ଜାଳେଣୀ ସଂଗ୍ରହ ପାଇଁ ଯାଉଥିବା ଲୋକ ବିଡି ପିଇ ଜଳୁଥିବା ଦିଆସିଲି କାଠି ଏବଂ ପୋଡା ବିଡି ଫିଙ୍ଗି ଦେଉଥିବାରୁ ଜଙ୍ଗଲରେ ନିଆଁ ଲାଗିବାର ଅନ୍ୟ ଏକ କାରଣ। ଏସବୁ କାରଣ ବ୍ୟତୀତ ଜଙ୍ଗଲ ଜମିକୁ ଅନଧିକାର ଭାବେ ଜବରଦଖଲ କରି ଚାଷ କରୁଥିବା ବନବାସୀ ରିତିମତ ଜଙ୍ଗଲରେ ନିଆଁ ଲଗାଇ ସଫା କରୁଛନ୍ତି। ଯେଉଁଥିପାଇଁ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସମ୍ଭବ ହେଉନାହିଁ। ଅନ୍ୟପଟେ ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ଦିନକୁ ଦିନ ଶାଳ, ପିଆଶାଳ, ଶାଗୁଆନ ଭଳି ମୂଲ୍ୟବାନ ଗଛ ପୋଡି ପାଉଁଶ ହେଇ ସାରିଲାଣି। ପୁଣି ନୂତନ ଚାରା ନଷ୍ଟ ହେଉଥିବାରୁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ନଷ୍ଟ ହେଉଛି ଅନେକ ଔଷଧୀୟ ଗଛ। ଜଙ୍ଗଲ ପୋଡି ଦ୍ୱାରା ବାରହା, ଭାଲୁ, କୁଟୁରା ଆଦି ଜଙ୍ଗଲୀ ଜନ୍ତୁଙ୍କ ସମେତ ମୟୁର ଭଳି ପକ୍ଷୀ ପ୍ରଭାବିତ ହେଉଛନ୍ତି। ଗ୍ରୀଷ୍ମ ଦିନରେ ପାହାଡ଼ି ଝରଣା ସବୁ ଶୁଖିଯାଉଥିବାରୁ ଜଙ୍ଗଲ ଜନ୍ତୁ ସବୁ ପାଣି ଟିକକ ପାଇଁ ଜନ ବସତି ମୁହାଁ ହେଇ ଶିକାରୀଙ୍କ ଶିକାର ପାଲଟୁଛନ୍ତି। କିଛି ନିଆଁ ଧାସରେ ମୃତ୍ୟୁମୁଖରେ ପଡୁଛନ୍ତି। ତେଣୁ ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories