www.samajalive.in
Monday, December 8, 2025
20.1 C
Bhubaneswar

ଓଜନ ହ୍ରାସ ଠାରୁ ଆରମ୍ଭ କରି ଚିନ୍ତା ଦୂର କରେ : ଲସି

ଖରାଦିନେ ବିଶେଷ କରି ନିଜକୁ ସୁସ୍ଥ ରଖିବା ପାଇଁ ସଭିଏଁ ନିଜ ଖାଦ୍ୟରେ ଅନେକ ପରିବର୍ତ୍ତନ କରିଥାଆନ୍ତି। ଏହି ସମୟରେ ଅଧିକାଂଶ ଲୋକେ ଥଣ୍ଡାଜାତୀୟ ଜିନିଷ ସେବନ କରିବାକୁ ଇଚ୍ଛା କରିଥାଆନ୍ତି। ଯାହା ଗରମରୁ ମୁକ୍ତି ଦେଇଥାଏ। ସେଭଳି ଅଧିକାଂଶ ଲୋକଙ୍କୁ ଖରା ଦିନେ ଲସି ପିଇବା ବେଶ ପସନ୍ଦ। ଏହା ଶରୀରକୁ ଥଣ୍ଡା ପ୍ରଦାନ କରିବା ସହ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
କାର୍ବୋହାଇଡ୍ରେଟ, ସୋଡିୟମ, ପ୍ରୋଟିନ ଓ ଫାଇବରରେ ଭରପୁର ଲସି ସ୍ୱାଦିଷ୍ଟ ହେବା ସହ ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। କେବଳ ସ୍ୱାଦ ପାଇଁ ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲସି ପିଇବା ବେଶ ଲାଭଦାୟକ। ଜାଣନ୍ତୁ..

ଖରାଦିନେ ଖଟାମିଠା ଲସି ପିଇବା ଦ୍ୱାରା ପାଟିକୁ ବେଶ ସ୍ୱାଦିଷ୍ଟ ଲାଗିଥାଏ। ଏହା ପାଚନ ତନ୍ତ୍ରକୁ ମଧ୍ୟ ମଜଭୂତ କରିଥାଏ। ପୋଷକ ତତ୍ତ୍ୱରେ ଭରପୁର ଲସିରେ ଫାଇବରର ଉତ୍ତମ ସ୍ରୋତ ରହିଛି। ଏହା ପେଟ ସହ ଜଡିତ ଅନେକ ସମସ୍ୟାକୁ ଦୂର କରିଥାଏ। କୋଷ୍ଠକାଠିନ୍ୟ, ଗ୍ୟାସ ଓ ଏସିଡିଟିରୁ ମୁକ୍ତି ଦେଇଥାଏ। ଏହି କାରଣରୁ ଖରାଦିନେ ଏହାକୁ ପିଇବା ଦ୍ୱାରା ପାଚନ ତନ୍ତ୍ର ଓ ପେଟ ସୁସ୍ଥ ରହିଥାଏ।

- Advertisement -

ଲସି ପିଇବା ଦ୍ୱାରା ହାଡ ମଜଭୂତ ହୋଇଥାଏ। ଏହାସହ ଏହାର ସେବନ ଦ୍ୱାରା ମାଂସପେଶୀରେ ଥିବା ଯନ୍ତ୍ରଣା ଦୂର ହୋଇଥାଏ। ଲସିରେ ଥିବା କ୍ୟାଲସିୟମର ଭରପୁର ମାତ୍ରା ଥକ୍କାପଣ ଦୂର କରିବାରେ ବେଶ ସହାୟକ ହୋଇଥାଏ। ଏହାର ସେବନ ଦ୍ୱାରା ଦାନ୍ତ ମଧ୍ୟ ଶକ୍ତ ହୋଇଥାଏ।
ଖରାଦିନେ ଅସହ୍ୟ ଗରମ କାରଣରୁ ଶରୀର ଉପରେ ଖୁବ ପ୍ରଭାବ ପଡିଥାଏ। ନିୟମିତ ଲସି ପିଇବା ଦ୍ୱାରା ଗରମ ପ୍ରଭାବ କମ୍‌‌ କରିବାରେ ସହାୟକ ହୋଇଥାଏ।

ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିଲେ, ଲସି ଏଥିପାଇଁ ଖୁବ ସହାୟକ ହୋଇଥାଏ। ଲସି ପିଇବା ଦ୍ୱାରା ଏହା ଫ୍ୟାଟ୍‌‌ କମାଇବା ସହ ଉପକାରୀ ହୋଇଥାଏ। ମାତ୍ର ଚିନି ମିଶାଇବେ ନାହିଁ।

ଖରା ଓ ଗରମ ପ୍ରଭାବରେ ମସ୍ତିଷ୍କ ଅଶାନ୍ତ ସହ ଚିଡାଚିଡା ଅନୁଭବ ହୋଇଥାଏ। ଏହାସହ ଦୁଃଶ୍ଚିନ୍ତା ସମସ୍ୟା ମଧ୍ୟ ଦେଖାଦିଏ। ତେବେ ଲସି ପିଇବା ଦ୍ୱାରା ମସ୍ତିଷ୍କ ଥଣ୍ଡା ରହିବା ସହ ଶରୀରକୁ ଆବଶ୍ୟକୀୟ ଶକ୍ତି ମଧ୍ୟ ମିଳିଥାଏ। ମସ୍ତିଷ୍କ ଶାନ୍ତ ରହିଥାଏ।

 

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories