www.samajalive.in
Saturday, December 6, 2025
19.1 C
Bhubaneswar

ଜୀ-ସାର୍ଥକ ‘ରଜ କୁଇନ ୨୦୨୩’ ଅଡିସନ୍ ଆରମ୍ଭ

ଭୁବନେଶ୍ୱର : ୧୧ ବର୍ଷରେ ପଦାର୍ପଣ କରିଥିବା ଜୀ-ସାର୍ଥକର ଲୋକପ୍ରିୟ ରିଏଲିଟି ଶୋ, ‘ରଜ କୁଇନ୍‌’ ର ଅଡିସନ୍ ଆରମ୍ଭ ହୋଇଯାଇଛି । ଏଥର ରହିଛି ଏକ ବିଶେଷ ସ୍କଲାରସିପ୍ ସେମାନଙ୍କ ପାଇଁ ଯେଉଁ ମାନେ ମନୋରଞ୍ଜନ ଜଗତର ଯେ କୌଣସି ବିଭାଗରେ ପାରଦର୍ଶିତା ହାସଲ କରିଛନ୍ତି ଓ ସେହି ବିଭାଗରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ସେମାନେ ନିଜର ଅନନ୍ୟ କଳା ବା ପାରଦର୍ଶୀତା ପ୍ରଦର୍ଶନ କରି ଏହି ସ୍କଲାରସିପ୍ ର ହକଦାର୍ ହୋଇପାରିବେ । ଏଭଳି ସୁଯୋଗ ଓ ସହଯୋଗ କେବଳ ଜୀ-ସାର୍ଥକର ରଜ କୁଇନ୍‌ ପ୍ରତିଯୋଗୀମାନଙ୍କୁ ମିଳିପାରିବ।
‘ରଜ କୁଇନ୍ ୨୦୨୩’ ପାଇଁ ଅଡିସନ୍ ଓଡ଼ିଶାର କିଛି ପ୍ରମୁଖ ସହରରେ ଅନୁଷ୍ଠିତ ହେଇଯାଇଥିବା ବେଳେ ଆହୁରି ଅନେକ ପ୍ରମୁଖ ସହରରେ ଯଥା, ଏପ୍ରିଲ ୧୫ ତାରିଖରେ ଯାଜପୁର ଓ ବାଲେଶ୍ୱର, ଏପ୍ରିଲ ୧୬ରେ କଟକ, ଏପ୍ରିଲ ୨୨ ରେ ଅନୁଗୁଳ ଓ ଏପ୍ରିଲ ୨୩ ରେ ରାଉରକଲା ସହରରେ ଅଡିସନ୍ ହେବାକୁ ଯାଉଛି । ରଜ କୁଇନ୍ ରେ ଭାଗ ନେବାପାଇଁ ଜୀ-ସାର୍ଥକ ଦେଖିବା ସହ ଜଲଦି ଜୀ-ସାର୍ଥକର ସୋସିଆଲ ମିଡ଼ିଆ ପେଜ୍ ରେ ଯୋଡ଼ି ହୋଇ ନିଜ ସ୍ବପ୍ନକୁ ପୂରଣ କରନ୍ତୁ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories