www.samajalive.in
Saturday, December 6, 2025
15.1 C
Bhubaneswar

ମାଟ୍ରିକ ସାର୍ଟିଫିକେଟ ଜାଲିଆତି ମାମଲା ; ଅଭିଯୁକ୍ତକୁ ତିନିବର୍ଷ କାରାଦଣ୍ଡାଦେଶ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ଶୁଭଙ୍କର ମହାନ୍ତି  ଏକ ସାର୍ଟିଫିକେଟ ଜାଳିଆତି ମାମଲାର ବିଚାର କରି ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶ ଯେ, ଗତ ୨୦୧୩ ମସିହାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ସମ୍ବନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଜବଲପୁର ମିନି ଅଙ୍ଗନୱାଡି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ପଦବୀ ପାଇଁ ନିୟୁକ୍ତି ଆବେଦନ କରାଯାଇଥିଲା। ଏହି ପଦବୀ ପାଇଁ ଜବଲପୁର ଗ୍ରାମର ପୁଷ୍ପାଂଜଳୀ ଜଗଦଲା ଓ କନକ ମଂଜରୀ ପଲିଆ ଏବଂ ଅନ୍ୟମାନେ ଆବଦେନ କରିଥିଲେ। କିନ୍ତୁ ଆବଦେନ ସମୟରେ ପୁଷ୍ପାଂଜଳୀ ଜଗଦଲା ଦେଇଥିବା ମାଟ୍ରିକ ସାର୍ଟିଫିକେଟ ଜାଲିଆତି ହୋଇଥିବା ନେଇ କନକ ମଂଜରୀ ପଲିଆ ଅଭିଯୋଗ କରିବା ସହ ପୁଷ୍ପାଂଜଳୀ ଓ ତାଙ୍କ ସ୍ୱାମୀ ସରୋଜ ଦୀପ ଗାଳି ଗୁଲଜ କରିଥିବା ନେଇ ବୌଦ୍ଧ ଏସଡିଜେଏମଙ୍କ ଅଦାଲତରେ ଏକ କଂପ୍ଳେନ କେଶ ଗତ ୧୮.୧୨.୧୩ରେ ମାମଲା ରୁଜୁ କରିଥିଲେ।
ପରବର୍ତ୍ତି ସମୟରେ କୋର୍ଟଙ୍କ ଆଦେଶରେ ଉକ୍ତ ମାମଲାକୁ ହରଭଙ୍ଗା ପୁଲିସ ତଦନ୍ତ କରିବାସହ ଥାନା କେସ ନଂ ୬/୧୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ ସମୟର ଅଭିଯୁକ୍ତ ପୁଷ୍ପାଂଜଳି ଦେଇଥିବା ମାଟ୍ରିକ ସାର୍ଟିଫିକେଟ ହରଭଙ୍ଗା ବ୍ଳକ ସମ୍ବନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରୁ ଜବତ କରିବାସହ ବୋର୍ଡ କର୍ତ୍ତୃପକ୍ଷଙ୍କୁ ମଧ୍ୟ ତଦନ୍ତ କରି ପୁଷ୍ପାଂଜଳି ଓ ସରୋଜ ଦୀପଙ୍କ ନାମରେ ମାମଲା କରି ବିଚାର ପାଇଁ କୋର୍ଟକୁ ପଠାଇଥିଲା। ପରବର୍ତ୍ତି ସମୟରେ ମାମଲାଟି ଅଦାଲତରେ ସିଟି କେସ ୬୮/୧୪ ହୋଇ ବିଚାର ହୋଇଥିଲା। ଏହି ମାମଲାରେ ସରକାରଙ୍କ ପକ୍ଷରୁ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ପ୍ରମାଣ ଥିବା ନେଇ ଅଦାଲତ ଅଭିଯୁକ୍ତ ପୁଷ୍ପାଂଜଳି ଦଗଦଲାକୁ ୩ ବର୍ଷ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମୋନା ଆଦେଶ ଦେବା ସହ ଅଭିଯୁକ୍ତ ସରୋଜ ଦୀପଙ୍କୁ ନିର୍ଦ୍ଦୋଷର ଖଲାସ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲାକୁ ସରକାରୀ ଓକିଲ ଅଜିତ ପରିଡା ପରିଚାଳନା କରୁଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories