ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ୫୭ ନମ୍ବର ଜାତୀୟ ରାଜପଥ ସୁନାଖାଇ ପୋଲ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମତେ, ବୌଦ୍ଧ ଥାନା ଅନ୍ତର୍ଗତ କଟାତଳ ଗ୍ରାମର ବିରେନ୍ଦ୍ର ପ୍ରଧାନ ସନ୍ଧ୍ୟାରେ ଏକ ବାଇକ ଯୋଗେ ଜାତୀୟ ରାଜପଥରେ ବୌଦ୍ଧ ପଟୁ ନିଜ ଘରକୁ ଫେରୁଥିବା ବେଳେ ସୁନାଖାଇ ପୋଲ ନିକଟରେ ସାଇକେଲ ସହିତ ଧକ୍କା ହୋଇଥିଲା। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ଥିଲା। ସେଠାରେ ଡାକ୍ତର ମୃତ ଘୋଷଣ କରିଥିଲେ। ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି।
Popular Categories



