www.samajalive.in
Saturday, December 6, 2025
14.1 C
Bhubaneswar

ଦେଶରେ କରୋନା : ୨୨୩ ଦିନ ପରେ ୭,୮୩୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ପୁଣି ଥରେ ଦେଶରେ କରୋନାର ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଛି। ଦେଶରେ ୨୪ ଘଣ୍ଟାରେ ୭,୮୩୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଦୀର୍ଘ ୨୨୩ ଦିନ ପରେ ସବୁଠାରୁ ଅଧିକ ମାମଲା ବୋଲି ଜଣାପଡିଛି। ଏହାସହ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୨୧୫କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ମଙ୍ଗଳବାର ଦିନ ଦୁଇ ଲକ୍ଷ ୧୪ ହଜାର ୨୪୨ ଜଣ କରୋନା ପରୀକ୍ଷା କରିଛନ୍ତି। ଏଥିରେ ୩.୬୫ ଅର୍ଥାତ୍ ୭,୮୩୦ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ହେତୁ ୧୬ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ପଞ୍ଜାବରେ ଦୁଇ ସଂକ୍ରମିତ ଲୋକ ପ୍ରାଣ ହରାଇଥିବାବେଳେ ଉତ୍ତରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ହରିୟାଣା ଏବଂ ଗୁଜରାଟରେ ପ୍ରତ୍ୟେକଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। କେରଳରେ ପାଞ୍ଚଟି ମୃତ୍ୟୁ ଘଟିଛି। ଦେଶରେ ସଂକ୍ରମଣ ହେତୁ ଏପର୍ୟ୍ୟନ୍ତ ପାଞ୍ଚ ଲକ୍ଷ ୩୧ ହଜାର ୧୬ ଜଣଙ୍କର ମୃତ୍ୟୁ ହୋଇଛି।
ଏପର୍ୟ୍ୟନ୍ତ ଚାରି କୋଟି ୪୭ ଲକ୍ଷ ୭୬ ହଜାର ଲୋକ ଦେଶରେ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ଲୋକଙ୍କ ମଧ୍ୟରେ ଏପର୍ୟ୍ୟନ୍ତ ୦.୦୯ ରୋଗୀ ଅଛନ୍ତି ଯେଉଁମାନେ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି। ଅବଶିଷ୍ଟ ୯୮.୭୨ ପ୍ରତିଶତ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ୧.୧୯ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ହୋଇଛି। ଦେଶରେ ୨୨୦.୬୬ କୋଟି ପାନ କୋଭିଡ ଟିକା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories