www.samajalive.in
Sunday, December 7, 2025
26.1 C
Bhubaneswar

ଆରବିଆଇ-ସରକାର ବିବାଦ: ସତର୍କ ଦୃଷ୍ଟି ରଖିଛି ଆଇଏମ୍‍ଏଫ୍‍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ମତାନ୍ତର ଓ ବିବାଦ ଏବେ ଆନ୍ତର୍ଜାତିକ ସ୍ତରରେ ପହଞ୍ଚିଛି। ଘଟଣାକ୍ରମ ଓ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମ୍‍ଏଫ୍‍) ତରଫରୁ କୁହାଯାଇଛି। ଆଇଏମ୍‍ଏଫ୍‍ର ଜନସମ୍ପର୍କ ନିର୍ଦେଶକ ଗେରି ରାଇସ୍‍ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କର ସ୍ୱାଧୀନତା ଉପରେ ସରକାର କିମ୍ବା କୌଣସି ଅନୁଷ୍ଠାନ ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏହାଦ୍ୱାରା ମୁଦ୍ରାନୀତି ପ୍ରଭାବିତ ହେବ। ତାହାର ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିବ। ସ୍ୱାଧୀନତା ସହିତ ଉତ୍ତରଦାୟିତ୍ୱ ଓ ଦାୟିତ୍ୱବୋଧ ମଧ୍ୟ ରହିବା ଆବଶ୍ୟକ।
ସୂଚନାଯୋଗ୍ୟ, ଆରବିଆଇ ଓ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଭିତରେ ବିବାଦ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ସୁଧ ହାର ହ୍ରାସ କରି ଅଭିବୃଦ୍ଧିକୁ ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାର ଆରବିଆଉ ଉପରେ ଚାପ ପ୍ରୟୋଗ କରୁଥିବା ବେଳେ ଆରବିଆଇ କିନ୍ତୁ ନିଜ ଜିଦରେ ଅଟଳ ରହିଛି। କିଛି ଦିନ ପୂର୍ବେ ଆରବିଆଇର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଆରବିଆଇ ସ୍ୱାଧୀନତା ଉପରେ ସରକାରୀ ହସ୍ତକ୍ଷେପ ଠିକ୍‍ ନୁହେଁ ବୋଲି କହିବା ପରେ ଏହି ବିବାଦ ସାମ୍‍ନାକୁ ଆସିଥିଲା। ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଏକ ପାଲଟା ଅଭିଯୋଗ ଆଣି କହିଥିଲେ ଯେ ୨୦୦୮ ରୁ ୨୦୧୪ ମଧ୍ୟରେ ବ୍ୟାଙ୍କମାନେ ବିପୁଳ ପରିମାଣର ଋଣ ଦେଇଥିଲେ। ଏଥିରେ ଅଙ୍କୁଶ ଲଗାଇବାରେ ଆରବିଆଇ ବିଫଳ ହେବାରୁ ଏନ୍‍ପିଏ ସମସ୍ୟା ସୃଷ୍ଟି ହୋଇଛି। ବିବାଦ ଘନଉଥିବା ବେଳେ କେନ୍ଦ୍ର ସରକାର ଆରବିଆଇର ଧାରା ୭ର ଉପଯୋଗ କରି ପାରନ୍ତି ବୋଲି ଆଲୋଚନା ହେଉଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories