www.samajalive.in
Sunday, December 14, 2025
26.1 C
Bhubaneswar

ଚୌଦ୍ୱାରରେ ବିଜେପି ପ୍ରତିଷ୍ଠା ଦିବସ

ଚୌଦ୍ୱାର: ବିଜେପି ଚୌଦ୍ୱାର ମଣ୍ଡଳ ତରଫରୁ ଦଳର ୪୪ତମ ପ୍ରତିଷ୍ଠା ଦିବସ ପୌରପାଳିକା ୯ନଂ ୱାର୍ଡ ସ୍ଥିତ ହାପି ମଣ୍ଡପରେ ପାଳିତ ହୋଇ ଯାଇଛି। ମଣ୍ଡଳ ସଭାପତି କୈଳାଶ ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ହୋତା ଦଳୀୟ ପତାକା ଉତ୍ତୋଳ କରିଥିଲେ। ଜିଲ୍ଲା ସଂପାଦକ ବୈରାଗୀ ଚରଣ ପ୍ରଧାନ ବିବରଣୀ ପାଠ ଓ ପ୍ରକାଶ ଚନ୍ଦ୍ର ବଡଜେନା ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଠ କରିଥିଲେ। ନିଗମ ପ୍ରସାଦ ସାହୁ, ସୁଷମା ବଡ଼ଜେନା,ସଞ୍ଜୟ ନାୟକ, ସନ୍ତୋଷ କୁମାର ସାହୁ,କାଉନସିଲର ସୁଜାତା ସାହୁ, ମମତା ବେହେରା, ପ୍ରକାଶ ସାହୁ, ତନ୍ମୟ କୁମାର ସରହୁ, ତ୍ରିଲୋଚନ ଦାସ, କ୍ରିଷ୍ଣା ରାଓ ଆଦିଙ୍କ ସମେତ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନୁରୂପ ଭାବେ କଳିଙ୍ଗ ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଶିବନାରାୟଣ ନାୟକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ବିବେକାନନ୍ଦ ଜେନା,ରମେଶ ନାୟକ,ରାଜ୍ୟ ଓବିସି ମୋର୍ଚ୍ଚାସାଧାରଣ ସଂପାଦକ ଇଂ.ଜ୍ଞାନେନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ଦଳର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଜେପି ଦଳ ଗଠନ ଓ ଏହାର ଉନ୍ନତି ଦିଗରେ ଯୋଗଦାନ ଦେଇଥିବା ମହାନ ବ୍ୟକ୍ତିତ୍ୱ ମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ଶ୍ରୀ ସ୍ୱାଇଁ ପ୍ରଧାନମନ୍ତ୍ରୀଙ୍କ ୮ବର୍ଷର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ରାଜ୍ୟ ସରକାର ଓବିସି ମାନଙ୍କ ପ୍ରତି କରିଥିବା ପକ୍ଷପାତ ବିରୁଦ୍ଦରେ ଲୋକମାନଙ୍କୁ ସଚେତନ କରିବା ପାଇଁ ‘ଗାଁ ଗାଁ ଚାଲ ଘର ଘର ଚାଲ’ଅଭିଯାନର ଶୁଭାରମ୍ଭ କରିଥିଲେ। ପୌପାଳିକା ୧୩ନଂ ୱାର୍ଡରେ ସ୍ଥାନୀୟ କାଉନସିଲର ସୁଜାତା ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୁର୍ବତନ ମଣ୍ଡଳ ସଭାପତି ଅକ୍ଷୟ ଭୁୟାଁ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତଳନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ବହୁ ଦଳୀୟକର୍ମୀ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories