www.samajalive.in
Friday, December 5, 2025
17.1 C
Bhubaneswar

ମୁହଁ ପାଇଁ ବ୍ୟବହାର କରାଯାଉଥିବା ଏହି ଦ୍ରବ୍ୟକୁ ଫ୍ରିଜରେ ରଖନ୍ତୁ

ମୁହଁକୁ ସୁନ୍ଦର କରିବା ପାଇଁ ଆପଣ ଅନେକ ପ୍ରକାର ଦ୍ରବ୍ୟର ବ୍ୟବହାର କରିଥାନ୍ତି। ମୁହଁ ଏକ ସମ୍ବେଦନଶୀଳ ଅଙ୍ଗ ଅଟେ। ତେଣୁ ମୁହଁରେ ଅଧିକ ଥଣ୍ଡା କିମ୍ବା ଗରମ ଦ୍ରବ୍ୟ ବ୍ୟବହାର କରିବା ଉଚିତ ନୁହେଁ। କିନ୍ତୁ ମୁହଁ କୁଣ୍ଡାଇ ହେବା, ପୋଡିବା ପରି ଲାଗିବା ଓ ଦାଗ ଦୂର କରିବା ପାଇଁ ଥଣ୍ଡା ଦ୍ରବ୍ୟର ବ୍ୟବହାର ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ପ୍ରାକୃତିକ ଦ୍ରବ୍ୟକୁ ଥଣ୍ଡା କରି ଆମେ ମୁହଁରେ ବ୍ୟବହାର କରିପାରିବା, ଯାହାଦ୍ବାର ମୁହଁ ଅଧିକ ସୁନ୍ଦର ଓ ଚମକି ଥାଏ।
ଫଳ ରସ :
ମୁହଁରେ ଫଳ ରସ ବ୍ୟବହାର କରିବା ଦ୍ବାରା ସୁନ୍ଦରତା ବୃଦ୍ଧି ପାଇଥାଏ। ଲେମ୍ବୁ ରସ, ଅମୃତଭଣ୍ଡା ମୁହଁରେ ବ୍ୟବହାର କରାଯାଇଥାଏ। ଏହି ଫଳଗୁଡିକୁ ଥଣ୍ଡା କରି ମୁହଁରେ ଲଗାଇବା ଦ୍ବାରା ସୁନ୍ଦରତା ବୃଦ୍ଧି ପାଇଥାଏ।
ଆଳୁ ରସ :
ଆଳୁରେ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହାକୁ ମୁହଁରେ ବ୍ୟବହାର କରିବା ପୂର୍ବରୁ ଫ୍ରିଜରେ ରଖି ଥଣ୍ଡା କରିବା ଉଚିତ। ଏହାକୁ ଲଗାଇବା ଦ୍ବାରା ମୁହଁ ପୋଡିବା ପରି ସମସ୍ୟା ଦୂର ହୋଇଥାଏ। ଏବଂ ମୁହଁର ସୁନ୍ଦରତା ବଜାୟ ରହିଥାଏ।
ଚନ୍ଦନ ପାଉଡର :
ମୁହଁକୁ ଥଣ୍ଡା ରଖିବା ପାଇଁ ଚନ୍ଦନ ପାଉଡରର ବ୍ୟବହାର କରାଯାଇଥାଏ। ଖରାରେ ମୁହଁ ପୋଡୁଥିଲେ ଚନ୍ଦନ ପାଉଡର ବ୍ୟବହାର କରିବା ଉଚିତ। ଚନ୍ଦନ ପାଉଡରକୁ ସର୍ବଦା ଥଣ୍ଡା କରି ଲଗାଇବା ଉଚିତ। ଏଥିରେ ଲେମ୍ବୁ ରସ ପକାଇ ମୁହଁରେ ଲଗାଇବା ଦ୍ବାର ସୁନ୍ଦରତା ବୃଦ୍ଧି ହୋଇଥାଏ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories