www.samajalive.in
Thursday, December 11, 2025
16.1 C
Bhubaneswar

ବୁଢ଼ୀକାପୁଡିରେ ବିଜେଡିର ସାଙ୍ଗଠନିକ ବୈଠକ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣା ବ୍ଲକର ବୁଢୀକାପୁଡି ଗ୍ରାମରେ ସ୍ଥାନୀୟ ବିଧାୟକ ଜଗନ୍ନାଥ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ନାଏକ ଏବଂ ଉତ୍ତର ଓଡ଼ିଶା ଜୋନ ଯୁବ ସାଧାରଣ ସମ୍ପାଦକ ଦୀପକ୍ ମଣ୍ଡଳଙ୍କ ଉପସ୍ଥିତି ରେ ପଞ୍ଚାୟତର ସମସ୍ତ କର୍ମକର୍ତ୍ତା ମାନଙ୍କୁ ନେଇ ନେତୃତ୍ବ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କର୍ମୀମାନଙ୍କୁ ଦଳୀୟ ସାଂଗଠନିକ କାର୍ଯ୍ୟ ଓ ପଞ୍ଚାୟତର ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଏହା ସହ ଆଗମୀ ସାଧାରଣ ନିର୍ବାଚନରେ ସର୍ବାଧିକ ଭୋଟ କିପରି ବିଜୁ ଜନତା ଦଳକୁ ମିଳିବ ସେଥିପାଇଁ ସମସ୍ତ କର୍ମୀ ଏକ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏହି ବୈଠକରେ ପଞ୍ଚାୟତ ଅଞ୍ଚଳର ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories