www.samajalive.in
Tuesday, December 9, 2025
15.1 C
Bhubaneswar

ସମୂହ ଛୁଟିରେ ଯିବେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ

ପାଟଣା: ଓଡିଶା ଫାର୍ମାସିଷ୍ଟ ସେବା ସଂଘ ଓ କେନ୍ଦୁଝର ଜିଲ୍ଲା ସଂଘର ଆହ୍ୱାନ କ୍ରମେ ୫ ଦଫା ଦାବି ନେଇ ଆସନ୍ତା ଅପ୍ରେଲ ୧୭ ତାରିଖରୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଫାର୍ମାସିଷ୍ଟ ମାନେ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି। ରାଜ୍ୟ ସଂଘର ଯୁଗ୍ମ ସମ୍ପାଦକ ତଥା ଖିରେଇଟାଙ୍ଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସୋମନାଥ ମହାନ୍ତଙ୍କ ନେତୃତ୍ୱରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଅନୁପ ପ୍ରସାଦ ଓ ସୁମନବାଳା ମହାନ୍ତ, ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଅଜୟ ସାହୁ, ରାଜନଗର ସ୍ୱାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ କିରାନୀକର ମହାନ୍ତ, କେନ୍ଦେଇପଶି ସ୍ୱାସ୍ଥ୍ୟ କେନ୍ଦ୍ରର ସୁଶାନ୍ତ କୁମାର ନାଏକ, ଡୁମୁରିଆ ସ୍ୱାସ୍ଥ୍ୟ କେନ୍ଦ୍ରର ହିମାଂଶୁ ପରିଡା ପ୍ରମୁଖ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମଣ ମହାନ୍ତଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ଫାର୍ମାସିଷ୍ଟ ମାନଙ୍କର ମୂଳ ଦରମା ଗ୍ରେଡ ପେ ୨୮ ଶହକୁ ବୃଦ୍ଧି ଏବଂ ୨ ବର୍ଷ ଚାକିରୀ ପରେ ସମସ୍ତଙ୍କୁ ୪୨ ଶହ ଟଙ୍କା ଗେଡ଼ ପେ ପ୍ରଦାନ। ଫାର୍ମାସିଷ୍ଟ ପଦବୀକୁ ଫାର୍ମାସିଷ୍ଟ ଅଫିସର ନାମକରଣ, ୨୦୧୩ ପୂର୍ବରୁ ଠିକା ନିଯୁକ୍ତ ପାଇଥିବା ଫାର୍ମାସିଷ୍ଟ ମାନଙ୍କୁ କାର୍ଯ୍ୟାଳୟର ବରିଷ୍ଠତା ଓ ଆର୍ଥିକ ସୁବିଧା ନିଶ୍ଚିତକରଣ, ୨୦.୦୪.୨୨ ରିଖରେ ପ୍ରକାଶିତ ବିଜ୍ଞପ୍ତି ୦୧.୦୧.୨୦୧୬ ପରିବର୍ତ୍ତେ ୨୪.୦୮.୨୦୧୩ରୁ କାର୍ଯ୍ୟକାରୀ କରିବା ଆଦି ଦାବି ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories