www.samajalive.in
Sunday, December 14, 2025
15.1 C
Bhubaneswar

ଡେଲି ମାର୍କେଟ ଅଗ୍ନିବିପନ୍ନଙ୍କୁ ଭେଟିଲେ ସଦର ବିଧାୟକ

କେନ୍ଦୁଝରଗଡ଼: କେନ୍ଦୁଝର ଡେଲି ମାର୍କେଟରେ ସୋମବାର ଭୋରରୁ ଘଟିଥିବା ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମଙ୍ଗଳବାର କେନ୍ଦୁଝରରେ ପହଞ୍ଚିବା ପରେ ଘଟଣାସ୍ଥଳ ପରିଦର୍ଶନ ସହ ଅଗ୍ନିବିପନ୍ନ ବ୍ୟବସାୟୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏଥିସହ ଅଗ୍ନିକାଣ୍ଡ ଯୋଗୁଁ କ୍ଷତିର ସମ୍ମୁଖୀନ ହୋଇଥିବା ବ୍ୟବସାୟୀଙ୍କୁ କିଭଳି ଉପଯୁକ୍ତ କ୍ଷତିପୂରଣ ମିଳିପାରିବ ସେ ସମ୍ପର୍କରେ ଜିଲା ପ୍ରଶାସନ ସହ ଆଲୋଚନା କରି ତୁରନ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ବ୍ୟବସାୟୀଙ୍କୁ ପ୍ରତିଶ୍ରୁତି ଦେଇଥିବା ବିଧାୟକ ଶ୍ରୀ ମାଝୀ କହିଛନ୍ତି। ବିଧାୟକ ଶ୍ରୀ ମାଝୀଙ୍କ ସହ କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁ, ନଗର ବିଜେପି ସଭାପତି ବିଶ୍ୱଜିତ ତ୍ରିପାଠୀଙ୍କ ସମେତ କେନ୍ଦୁଝରଗଡ଼ ପୌରପାଳିକାର ୮ଜଣ ବିଜେପି କାଉନସିଲର ମଧ୍ୟ ଏହି ପରିଦର୍ଶନରେ ସାମିଲ ହୋଇ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ସମବେଦନା ଜଣାଇବା ସହ କିଭଳି ତୁରନ୍ତ କ୍ଷତିପୁରଣ ମିଳିପାରିବ ସେ ସମ୍ପର୍କରେ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ। କେନ୍ଦୁଝର ସଦର ତହସିଲ ପ୍ରଶାସନ ପକ୍ଷରୁ ପ୍ରାଥମିକ କ୍ଷୟକ୍ଷତି ସମ୍ପର୍କିତ ଆକଳନ ପ୍ରସ୍ତୁତ କରାଯାଇ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିବା ସଦର ରାଜସ୍ୱ ନିରୀକ୍ଷକ ଶ୍ରୀକାନ୍ତ ମାଝୀ କହିଛନ୍ତି। ସେହିଭଳି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତର ସମ୍ମୁଖୀନ ହୋଇଥିବା ୭୨ଜଣ ବ୍ୟବସାୟୀଙ୍କଠାରୁ କ୍ଷୟକ୍ଷତି ସମ୍ପର୍କିିତ ବ୍ୟକ୍ତିଗତ ରିପୋର୍ଟ ହସ୍ତଗତ ହେବାପରେ ରାସ ପୂଜା କମିଟି ପକ୍ଷରୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲା ପ୍ରଶାସନକୁ ଦିନେ ଦୁଇଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ମାର୍କେଟ ଚେୟାରମ୍ୟାନ ମାନସ କୁମାର ସାହୁ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories