www.samajalive.in
Tuesday, December 9, 2025
16.1 C
Bhubaneswar

ବର୍ଦ୍ଧିତ ପ୍ରକଳ୍ପ ପଞ୍ଜୀକରଣ ଫି’ ଉପରେ ଅଙ୍କୁଶ ଲଗାଇଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ବର: ବିଲ୍ଡରଙ୍କୁ ଆଶ୍ବସ୍ତି: ବର୍ଦ୍ଧିତ ପ୍ରକଳ୍ପ ପଞ୍ଜୀକରଣ ଫି’ ଉପରେ ଲାଗିଲା ଅଙ୍କୁଶ। ଓଡ଼ିଶା ରିଏଲ ଇଷ୍ଟେଟ ନିୟାମକ ପ୍ରାଧିକରଣ(ରେରାର ଫି ବୃଦ୍ଧି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଯଦି ବି ବର୍ଦ୍ଧିତ ଫି ଆଦାୟ କରାଗଲା ତାହେଲେ ସ୍ବତନ୍ତ୍ର ଆକାଉଣ୍ଟରେ ଜମା କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

୬ ସପ୍ତାହ ପରେ ପରବର୍ତ୍ତି ଶୁଣାଣୀ ହେବ ବୋଲି ହାଇକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ ଯେ ବର୍ଗ ମିଟର ପିଛା ଫି’ ୧୦ଟଙ୍କାରୁ ୨ଶହକୁ ବୃଦ୍ଧି କରିଥିଲା ରେରା। ରେରା ଫି’ ବୃଦ୍ଧିକୁ ଚ୍ୟାଲେଞ୍ଜ କରିଥିଲା ଓଡ଼ିଶା ବିଲ୍ଡର ମହାସଂଘ। ଆଜି ଓଡ଼ିଶା ହାଇକୋର୍ଟ ପକ୍ଷରୁ ରେରାର ବର୍ଦ୍ଧିତ ପ୍ରକଳ୍ପ ପଞ୍ଜୀକରଣ ଫି’ ଉପରେ ଅଙ୍କୁଶ ଲଗାଇଛନ୍ତି। ଆବେଦନ ଆଧାରରେ ଜବାବ ଦାଖଲ କରିବାକୁ ମଧ୍ୟ ରାଜ୍ୟ ସରକାର ଏବଂ ରେରାକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ।

- Advertisement -

୬ ସପ୍ତାହ ପରେ ମାମଲାର ପରବର୍ତ୍ତି ଶୁଣାଣି ହେବ। ସୂଚନା ଯୋଗ୍ୟ ଯେ ୮ଟିରୁ ଅଧିକ ଫ୍ଲାଟ ନିର୍ମାଣ ହେଉଥିବା ପ୍ରକଳ୍ପଗୁଡିକର ପଞ୍ଜୀକରଣ ଉପରେ ଫି’ ବୃଦ୍ଧିକୁ ବିରୋଧ କରି ଓଡ଼ିଶା ବିଲଡର ମହାସଂଘ ବା କ୍ରେଡ଼ାଇର ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି।

ପ୍ରକଳ୍ପ ପଞ୍ଜୀକରଣ ଫି’ ବର୍ଗ ମିଟର ପିଛା ୧୦ ଟଙ୍କା ବଦଳରେ ୨୦୦ ଟଙ୍କାକୁ ବୃଦ୍ଧି ସହ ଗତ ବର୍ଷ ଜୁଲାଇ ୨୮ ତାରିଖରେ ରେରା’ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଫି’ ନିର୍ଣ୍ଣୟ ପ୍ରସଙ୍ଗରେ ରେରା’ର କ୍ଷମତା ନଥିବା ଦର୍ଶାଇ ବିଜ୍ଞପ୍ତିକୁ ରଦ୍ଧ କରିବାକୁ ଓଡ଼ିଶା ବିଲଡର ମହାସଂଘ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories