ବନାରସୀ ପାନ ଏବଂ ଲଙ୍ଗଡା ଆମ୍ୱକୁ ମିଳିଲା ଜିଆଇ ଟ୍ୟାଗ
ବାରଣାସୀ – ବନାରସ୍ର ପାନ୍ ଏବଂ ଲଙ୍ଗଡା ଆମ୍ବ ବିଶ୍ୱ ପ୍ରସିଦ୍ଧ । ପାନ ନାମରେ ବଲିଉଡ୍ରେ ଅନେକ ଗୀତ ହୋଇଛି । ଅମିତାଭଙ୍କ ଖାଇକେ ପାନ ବନାରସ ବାଲା ବେଶ୍ ଲୋକପ୍ରିୟ । ବନାରସୀ ପାନ ସହ ଲଙ୍ଗଡା ଆମ୍ବକୁ ଏବେ ଜିଆଇ ଟ୍ୟାଗ୍ ମିଳିଛି । ଉତ୍ତର ପ୍ରଦେଶର ୪୫ଟି ଜିନିଷକୁ ଜିଆଇ ଟ୍ୟାଗ ମିଳିଥିବା ବେଳେ କାଶୀ କ୍ଷେତ୍ରର ୨୨ଟି ଦ୍ରବ୍ୟକୁ ଜିଆଇ ଟ୍ୟାଗ ମିଳିଛି ।
ବନାରସର ବ୍ରୋକେଡ୍ ଶାଢୀ, ବନାରସ୍ ମେଟଲ ରିୋପଜ କ୍ରାଫ୍ଟ, ଗୁଲାବ ମୀନାକରୀ, ଭୋଦେହୀ କାଲୀନ, ଲାଲପେଡା, ତ୍ରିରଙ୍ଗୀ ବର୍ଫି, ବନାରସ ଥଣ୍ଡାଇ, ଲାଲ ଭରବା ଲଙ୍କା ପରି କାଶୀ ଏବଂ ଏହାର ଆଖପାଖ ୨୨ଟି ଜିନିଷକୁ ଜିଆଇ ଟ୍ୟାଗ ମିଳିଛି ।
Comments are closed.