www.samajalive.in
Sunday, December 14, 2025
14.1 C
Bhubaneswar

ସିକ୍କିମରେ ବଡ଼ଧରଣର ହିମସ୍ଖଳନ: ୭ ମୃତ, ୧୧ ଆହତ

ଗୌହ୍ବାଟି: ସିକ୍କିମର ନାଥୁ ଲାରେ ବଡ଼ ଧରଣର ହିମସ୍ଖଳନ ଘଟି ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୧ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବହୁ ସଂଖ୍ୟକ ପର୍ଯ୍ୟଟକ ବରଫରେ ଫସି ରହିଥିବା ବେଳେ ସେନା ଯବାନଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହିମସ୍ଖଳନ ସମୟରେ ୧୫୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଏହି ଅଞ୍ଚଳରେ ଥିବା ସୂଚନା ମିଳିଛି।

ସେନା ଅଧିକାରୀ କହିଛନ୍ତି ଯେ, ଗାଙ୍ଗଟକକୁ ନାଥୁଲା ସହିତ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ରୋଡରେ ଘଟିଥିବା ହିମସ୍ଖଳନରେ ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ୮୦ରୁ ଅଧିକ ଲୋକ ବରଫ ଅତଡ଼ା ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି।

- Advertisement -

ସୂଚନା ଅନୁସାରେ, ମଙ୍ଗଳବାର ଦିନ ପ୍ରାୟ ୧୧.୩୦ ସମୟରେ ଏହି ହିମସ୍ଖଳନ ଘଟିଛି। ଏଥିରେ ଆହତ ହୋଇଥିବା ୭ ଜଣଙ୍କର ନିକଟସ୍ଥ ଆର୍ମି ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଚାରି ପୁରୁଷ, ଜଣେ ମହିଳା ଏବଂ ଗୋଟିଏ ଶିଶୁ ରହିଛନ୍ତି।

ପୁଲିସର ସୂଚନାନୁସାରେ, ଇତି ମଧ୍ୟରେ ବରଫରେ ଫସି ରହିଥିବା ୩୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ଗାଙ୍ଗଟକର ଏସଟିଏନଏମ ହସ୍ପିଟାଲ ଏବଂ ସେଣ୍ଟ୍ରାଲ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚେକପୋଷ୍ଟର ଇନ୍ସପେକ୍ଟର ଜେନେରାଲ ସୋନମ ତେନଜିଙ୍ଗ ଭୁଟିଆଙ୍କ ସୂଚନା ଅନୁଯାୟୀ, ‘‘କେବଳ ୧୩ ମାଇଲ ପାଇଁ ପାସ୍ ଜାରି କରାଯାଇଥାଏ, କିନ୍ତୁ ପର୍ଯ୍ୟଟକମାନେ ବିନା ଅନୁମତିରେ ୧୫ ମାଇଲ ଆଡକୁ ଯାଇଥିଲେ। ଘଟଣା ୧୫ ମାଇଲରେ ଘଟିଛି।’’

 

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories