www.samajalive.in
Saturday, December 6, 2025
15.1 C
Bhubaneswar

ଅପପୁଷ୍ଟି ଦୂର କରିବା ନିମନ୍ତେ ପୋଷଣ ପାଖୁଡା ଦିବସ ପାଳିତ 

ଲାଞ୍ଜିଗଡ : ପୁଷ୍ଟିକର ଓ ସୁସ୍ଥ ଖାଦ୍ୟର ଅଭ୍ୟାସ ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରଣାଳୟର ନିର୍ଦେଶ କ୍ରମେ ଏକ ତିନି ଦିନିଆ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁଟିଆକନ୍ଧ ଉନ୍ନୟନ ସଂସ୍ଥା ତରଫରୁ ୫ ଟି ପଞ୍ଚାୟତର ୮ ଗୋଟି ମାତୃ ଓ ଶିଶୁ ପୋଷଣ କେନ୍ଦ୍ରରେ ଏହି କାର୍ୟ୍ୟକ୍ରମ ପାଳିତ ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମ ସମସ୍ତ ଏସଏଚଜି ଦଳ, ଅଙ୍ଗନୱାଡି କର୍ମୀ ,ଆଶା କର୍ମୀ,ଗର୍ଭବତୀ ମହିଳା ଓ ପ୍ରସୂତି ମହିଳା ,କିଶୋରୀ ବାଳିକା ଗ୍ରାମ୍ୟ ଉନ୍ନୟନ କମିଟି ଏବଂ ଗ୍ରାମବାସୀ ଭାଗ ନେଇଥିଲେ । ଏହି ଅବସରରେ ଉତ୍ତମ ପୁଷ୍ଟିକର ଖାଦ୍ୟ ଓ ଏହାର ଉପକାରିତା ବିଷୟରେ ଆଲୋଚନା କରାଯାଇଥିଲା। ସୁସ୍ଥ ଭାରତ ଗଠନ ନିମନ୍ତେ ସମସ୍ତଙ୍କ ପାଇଁ ପୋଷଣର ଆବଶ୍ୟକତା ବିଷୟରେ ଆଲୋଚନା କରାଯାଇଥିଲା। ମହିଳା ମାନଙ୍କ ପାଇଁ ଡାଲି ଜାତୀୟ ଖାଦ୍ୟ ଅପପୁଷ୍ଟି ଦୂର କରେ ବୋଲି ସଚେତନତା କରାଯାଇଥିଲା। କୁଟିଆକନ୍ଧ ସଂସ୍ଥା କାର୍ୟ୍ୟାଳୟର ପୁଷ୍ଟିକର ସଂଯୋଜକ ମିନା ପାଣିଗ୍ରାହୀ ଓ ୫ ଟି ପଞ୍ଚାୟତର ପଞ୍ଚାୟତ ସଂଯୋଜକ ଅଙ୍କିତ ଦାଶ, ରଘୁ ମାଝି ,ସମୀର ଦିଗାଲ ,ସୁକାନ୍ତି ମାଝି ଓ ଯେମାମଣି ଚଣ୍ଡୀ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories