www.samajalive.in
Sunday, December 14, 2025
19.1 C
Bhubaneswar

ଶାନ୍ତି ପୂର୍ଣ୍ଣ ଭାବେ ମତଦାନ ଶେଷ, ୭୪.୩୩ ପ୍ରତିଶତ ମତଦାନ

ରେଙ୍ଗାଲିକ୍ୟାମ୍ପ:ଆଜି ଶାନ୍ତି ପୂର୍ଣ୍ଣ ଭାବରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ମତଦାନ ଶେଷ ହୋଇଯାଇଛି। ୧୬ ଟି ବୁଥ ରେ ଏହି ମତଦାନ ହୋଇଥିଲା । ୧୬ ଟି ବୁଥ ପାଇଁ ୧୬ ଜଣ ପ୍ରିଜାଇଡିଂ ଅଫିସର ଓ ୪୮ ଜଣ ପୁଲିଂ ଅଫିସର ନିଯୁକ୍ତ କରାଯାଇଥିଲା। ସକାଳ ୮ରୁ ମତଦାନ ଆରମ୍ଭ ହୋଇ ଏହି ପ୍ରକ୍ରିୟା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲୁରହିଥିଲା। ମୋଟ ୧୩, ୫୨୦ ଭୋଟର ରହିଥିବା ବେଳେ ୭୪.୩୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ପ୍ରତି ବୁଥ ମାନଙ୍କରେ ଭୋଟର ଙ୍କ ଲମ୍ବା ଧାଡ଼ି ରହିଥିବା ଦେଖିବାକୁ ମିଳିଥିଲା।

ପ୍ରତି ବୁଥ୍‌ରେ ଜଣେ ପ୍ରିଜାଇଡିଂ ଅଫିସର, ୪ ପୋଲିଂ ଅଫିସର ଓ ଜଣେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ ହୋଇଥିଲେ। ସେଥିମଧ୍ୟରୁ ୭ଟି ସମ୍ବେଦନଶୀଳ, ୩ଟି ଅତି ସମ୍ବେଦନଶୀଳ ବୁଥ ଭାବେ ରହିବା ବେଳେ ଅତାବିରା ବାଳିକା ହାଇସ୍କୁଲର ୨ନଂ. ମତଦାନ କେନ୍ଦ୍ରକୁ ପିଙ୍କ୍‌ (ଗୋଲାପି) ବୁଥ୍‌ କରାଯାଇଥିଲ। ଏହି ବୁଥ୍‌ରେ ସମସ୍ତ ନିର୍ବାଚନ କର୍ମଚାରୀ ଓ ଦଳୀୟ ଏଜେଣ୍ଟ ମହିଳା ରହିଥିଲେ। ବରଗଡ଼ ଏସପି ପି. ପ୍ରହଲ୍ଲାଦ ଏସ. ମିନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଜିଲାପାଳ ମୋନିଷା ବାନାର୍ଜୀଙ୍କ ନେତୃତ୍ୱରେ ଏଡିଏମ୍‌ ମିର୍ଦ୍ଧା ଟପ୍ପୋ, ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଲଲାଟ ଲୁହା, ପଦ୍ମପୁର ଉପଜିଲାପାଳ ସଦାକର କୁମ୍ଭାର, ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ନୃସିଂହ ଚରଣ ସ୍ବାଇଁ, ଅତାବିରା ବିଡିଓ ପ୍ରମୋଦ କୁମାର ମେହେର ପ୍ରମୁଖ ପାଞ୍ଚ ଜଣ ପ୍ରଶାସନୀ ତଦାରଖ ଅଧିକାରୀ ରହିଥିଲେ।

- Advertisement -

ମତଦାନ ଶେଷ ହେବା ପରେ ମତଦାନ ଯନ୍ତ୍ର(ଇଭିଏମ ମେସିନ)ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମକୁ କଡା ସୁରକ୍ଷାରେ ଅଣାଯାଇ ତିନୋଟି କାଉଣ୍ଟର ରେ ରଖାଯାଇଛି। ୱାର୍ଡ ନଂ ୧,୨,୩,୪ ପାଇଁ ହୋଇଥିବା ମତଦାନ କେନ୍ଦ୍ର ୧,୨,୩,୪ ଓ ୫ ର ଭୋଟିଂ ଯନ୍ତ୍ର ଗୁଡ଼ିକୁ କାଉଣ୍ଟର ୫, ୱାର୍ଡ ନଂ ୫,୬,୭,୮ ପାଇଁ ରହିଥିବା ମତଦାନ କେନ୍ଦ୍ର ୬,୭,୮,୯,୧୦ ର ଭୋଟିଂ ଯନ୍ତ୍ର କାଉଣ୍ଟର ନଂ ୬ ଓ ୱାର୍ଡ ନଂ ୯,୧୦,୧୧,୧୨ ପାଇଁ ହୋଇଥିବା ମତଦାନ କେନ୍ଦ୍ର ୧୧,୧୨,୧୩,୧୪,୧୫ଓ୧୬ ର ଭୋଟିଂ ଯନ୍ତ୍ରକୁ କାଉଣ୍ଟର ନଂ ୭ରେ ରଖାଯାଇ କଡା ସୁରକ୍ଷା ଦିଆଯାଉଛି।ଏହି ଭୋଟିଂ ଯନ୍ତ୍ର ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ କୁ ସୁରକ୍ଷାରେ ପହଞ୍ଚାଇବା ପାଇଁ ୩ ଜଣ ଡିଏସପିଙ୍କ ସମେତ ୧୨୦ ଫୋର୍ସ ମୁତୟନ ହୋଇଥିଲେ। ଆସନ୍ତା ମାର୍ଚ୍ଚ ୫ ତାରିଖରେ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories